ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଜୋରଦାର ଝଟକା। ବଢ଼ିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ। ୧୯ କେଜିର କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ଲାଗୁ ହେବ ଏହି ନୂଆ ଦର।
ମୂଲ୍ୟ ବୃଦ୍ଧି ସହ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୭୩୧ ଟଙ୍କା ୫୦ ପଇସାରେ ପହଞ୍ଚିଛି। ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ମୂଲ୍ୟ ହ୍ରାସ ପରେ ମୂଲ୍ୟ ୧,୫୨୨ ଟଙ୍କା ହୋଇଥିଲା। ଏହାପୂର୍ବରୁ ଅଗଷ୍ଟରେ ମଧ୍ୟ ତୈଳ କମ୍ପାନୀ ସିଲିଣ୍ଡର ମୂଲ୍ୟ ୯୯ ଟଙ୍କା ୭୫ ପଇସା କମାଇଥିଲେ।
ଏମିତି ଦୁଇ ମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୫୮ ଟଙ୍କା କମିଥିଲା। ଏହା ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା। ହେଲେ ସେପ୍ଟେମ୍ବର ପ୍ରଥମ ଦିନରୁ ଦର ବୃଦ୍ଧି ପୁଣି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି ଦର ବୃଦ୍ଧି ବିଭିନ୍ନ ସାମଗ୍ରୀ ଦର ବଢ଼ିବାର କାରଣ ପାଲଟିବ। ଯାହା ପାର୍ବଣରେ ପକେଟ ଉପରେ ଭାରି ପଡ଼ିବ। ବିଶେଷ କରି ଖାଦ୍ୟପେୟ ଉପରେ ଏହାର ଅଧିକ ପ୍ରଭାବ ପଢ଼ିବ। ରେଣ୍ଟୁରାଣ୍ଟରେ ଖାଇବାରେ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।