ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା। ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ। ପୃଥ୍ୱୀରାଜ, ଜୋରାଭର, କିନାନ ଏହି ସଫଳତା ହାସଲ କରିଛନ୍ତି। ସେହିପରି ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଲା ଭାରତ। ମନୀଷା, ପ୍ରୀତି, ରାଜେଶ୍ୱରୀ ଆଣିଛନ୍ତି ସଫଳତା।
ସୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି। କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ତୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। କୁଏତ ଓ ଚୀନକୁ ପଛରେ ପକାଇ ଭାରତୀୟ ସୁଟରମାନେ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚୀନ ୩୪୬ ପଏଣ୍ଟ ପାଇଥିଲେ।
ମହିଳା ଗଲଫରେ ରୌପ୍ୟ ଜିତିଲେ ଅଦିତି ଅଶୋକ। ପଦକ ସହ ଇତିହାସ ରଚିଲେ ଅଦିତି ଅଶୋକ । ପ୍ରଥମ ଭାରତୀୟ ମହିଳା ଭାବେ ଗଲଫରେ ପାଇଲେ ମେଡାଲ। ଏବେଯାଏଁ ଭାରତକୁ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ାରେ ଇତିହାସରେ ଶୁଟିଂରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ।