ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଶ୍ରେଷ୍ଠ ଗ୍ରନ୍ଥ ପବିତ୍ର ଭାଗବତ। ଇନ୍ଦୁ ପୂର୍ଣ୍ଣିମା (ଇନ୍ଦ୍ରୋତ୍ସବପୂର୍ଣ୍ଣିମା) ଦିନ ଅତିବଡି ଜଗନ୍ନାଥ ଦାସ ଭାଗବତ ରଚନା ସମ୍ପୂର୍ଣ୍ଣ କରିଥିଲେ। ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିଥିଲେ। ତେଣୁ ଏହି ଦିନକୁ ଭାଗବତ ଜନ୍ମୋତ୍ସବ ଭାବେ ପାଳନ କରାଯାଉଛି। ତେବେ ପାରମ୍ପରିକ ଭାବେ ପ୍ରତେକଟି ଗ୍ରାମାଞ୍ଚଳରେ ଭାଗବତ ଟୁଙ୍ଗି ଦେଖିବାକୁ ମିଳେ।
ଗ୍ରାମାଞ୍ଚଳର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗିର ରୂପାନ୍ତରଣକୁ ଗୁରୁତ୍ଵ ଦେଇ, ସରକାର ଏହାର ଉନ୍ନତିକରଣ ପାଇଁ ₹୩୬ କୋଟିର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ଏହା ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ପଦକ୍ଷେପ।