ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ବିଲ୍’। ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହେଲା। ବିଧାନସଭା ଓ ଲୋକସଭାରେ ଏବେ ୩୩ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ନିର୍ବାଚନରେ ଏହି ଆଇନ ଲାଗୁ ହେବ ନାହିଁ। ୨୦୧୮ରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା ପ୍ରସ୍ତାବ। ୨୨ ରାଜନୈତିକ ଦଳର ସହମତି ଆଣିଥିଲା ବିଜେଡି। ବିଜେଡି ୨୦୧୯ରେ ଦେଇଥିଲା ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ। ପୌର ଓ ପଞ୍ଚାୟତରେ ୫୦ ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ। ମହିଳା ସଂରକ୍ଷଣ ନେଇ ନବୀନ ଉଠାଇଥିଲେ ଦାବି। ଆଜି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଗତ କିଛି ଦିନ ତଳେ ରାଜ୍ୟସଭାରେ ପାରିତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)।
ଗୃହରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ । ବିଲ୍ ସପକ୍ଷରେ ପଡ଼ିଥିଲା ୨୧୫ ଭୋଟ। ବିଲ୍ ବିରୋଧରେ ଗୋଟିଏ ବି ଭୋଟ ପଡ଼ିନଥିଲା। ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ଦସ୍ତଖତ ପାଇଁ ଯାଇଥିଲା। ଆଜି ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନରେ ପରିଣତ ହୋଇଛି।