ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଲେ ଦୁଇ ଶହ କର୍ମୀ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ନ 40 ରୁ ଦୁଇ ସହ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି। ପୂର୍ବତନ ବିଜେପି ମହିଳା ମୋର୍ଚା ସମ୍ପାଦିକା ପାୟଲ ପଲ୍ଲବୀ ଦାଶ ଓ ପୂର୍ବତନ ଯୁବ ବିଜେପି ମୋର୍ଚା ଉପ ସଭାପତି ଅଭିଳାସ ଦାଶ ( ଲାଲା )ଙ୍କ ନେତୃତ୍ୱ ରେ ଏହି କର୍ମୀ ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିଲେ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ 40 କର୍ପୋରେଟର ଆସିୟା ବେଗମ ଙ୍କ ପୌତାହିତ୍ୟ ରେ ଆୟୋଜିତ ମିଶ୍ରଣ ପର୍ବ ଓ ଯୁବ ଛାତ୍ର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱ ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବିଜେଡି ନେତା ଫିରୋଜ ଖାଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ 35 ନମ୍ବର କର୍ପୋରେଟର ମଞ୍ଜୁଲତା ରାୟ ଓ କର୍ପୋରେଟର ଭରତ ଲେଙ୍କାଙ୍କ ନେତୃତ୍ୱ ରେ ମଧ୍ୟ ବହୁ ବିଜେଡି ଓ କଂଗ୍ରସ କର୍ମୀ ବିଜେଡି ରେ ସାମିଲ ହୋଇଥିଲା। ଏହି ମିଶ୍ରଣ ପର୍ବ ଯୋଗୁ ଆଗକୁ ବିଜେଡି ଭୁବନେଶ୍ୱର ରେ ଅଧିକ ଶକ୍ତିଶାଳୀ ହେବ ବୋଲି ମତ ପ୍ରକାଶ ପାଇଛି।