ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଧାନସଭାରେ ଧାରଣା ଦେଲେ ପ୍ରଦୀପ ପାଣିଗ୍ରାହୀ। ପ୍ରଶ୍ନ ପଚାରିବାର ସୁଯୋଗ ନଦେବାରୁ ପ୍ରଦୀପ ଧାରଣାରେ ବସିଲେ। ବାଚସ୍ପତି ଙ୍କ ପୋଡିଅମ ତଳେ ବସି ଦେଲେ ଧାରଣା। ତେବେ ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ହଟିଲେ ପ୍ରଦୀପ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ। ଗୃହର ମଧ୍ୟ ବଗ କୁ ଆସି ବିଜେପି ବିଧାୟକଙ୍କ ହଟ୍ଟଗୋଳ। ଫଳରେ ବାଧ୍ୟ ହୋଇ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ।