ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କାରାଗାର କର୍ମଚାରୀଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଂଚିଛି । ଗ୍ରେଡ଼ ପେ’ ୧୯୦୦ରୁ ୨୪୦୦ ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ଼ ପେ’ ୨୦୦୦ ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ – ୨୦୧୨କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କା କୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ଆଦି ୫ ଦଫା ଦାବି ନେଇ ବ୍ରହ୍ମପୁର ମଣ୍ଡଳ କାରାଗାର କାରାରକ୍ଷୀ ମାନେ ଗତ ୨୫ ତାରିଖ ଠାରୁ ଆମରଣ ଅନଶନ କରିଛନ୍ତି। ଅନଶନ ର ତୃତୀୟ ଦିନରେ ଗୋପୀନାଥ ଜେନା ନାମକ ଜଣେ କର୍ମଚାରୀ ଗୁରୁତର ହୋଇପଡିଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ।