ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ଖୋଲିବା ତିନୋଟି ନୂଆ ବିଭାଗ। ସେଗୁଡିକ ହେଲା ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ଏବଂ ବାୟୋଷ୍ଟାଟିଷ୍ଟିକ୍ସ ବିଭାଗ। ଷ୍ଟାଣ୍ଡିଙ୍ଗ ଏକାଡେ଼ମିକ କମିଟି ଏଥିପାଇଁ ଆବଶ୍ୟକ ଅନୁମୋଦନ ପ୍ରଦାନ କରିଛି। ସେହିପରି ସମ୍ପ୍ରସାରିତ ହେବ ଏକାଡେ଼ମିକ କାର୍ଯ୍ୟକ୍ରମ।
ଏମ୍ସ ଭୁବନେଶ୍ୱର ୬ ବର୍ଷୀୟ ଏମସିଏଚ ଶିଶୁରୋଗ ସର୍ଜରୀ ପାଠ୍ୟକ୍ରମ, ଶିଶୁ ପଲମୋନୋଲୋଜି ଏବଂ ଇଣ୍ଟେନସିଭ କେୟାରରେ ଡ଼ିଏମ ପାଠ୍ୟକ୍ରମ, ଶିଶୁ ସଂକ୍ରମଣ ରୋଗ ଏବଂ ଡ଼ିଏମ ନେଫ୍ରୋଲୋଜି ରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ନୂତନ ବିଭାଗ ଏବଂ ଏକାଡେମିକ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଉନ୍ନତମାନର ରୋଗୀ ସେବା ସହ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଏମ୍ସ ର କାର୍ଯ୍ୟନିର୍ବାହୀ ନିର୍ଧେଷକ ପ୍ରଫେସର ଆଶୁତୋଷ ବିଶ୍ୱାସ।