ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ଦିନକୁ ଦନ ବଢୁଛି ସମ୍ବାଦ ପାଇଁ ଅଡୁଆ । ସମ୍ବାଦ ଲୋନ ସ୍କାମ ମାମଲା ଏବେ ନୂଆ ମୋଡ ନେଉଛି ।ତଦନ୍ତରେ ବାଧା ଦେଉଛି ସମ୍ବାଦ । ସମ୍ବାଦ ଅଫିସରେ ଯାଞ୍ଚ ବେଳେ ବାଧା ସୃଷ୍ଟି କରାଯାଉଛି । ଏନେଇ ସୂଚନା ମଧ୍ୟ ଦେଇଛି EOW , EOW କହିବା ଅନୁସାରେ କାର୍ଯ୍ୟାଳୟ ରୁ ଗାୟବ ହୋଇଛି ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ । ଏଭଳିକି କିଛି ଫାଇଲ ଦେବାକୁ ମନା କରିଦେଇଛନ୍ତି ସମ୍ବାଦ କର୍ମଚାରୀ । ଏଚ୍ଆର ଓ ଆକାଉଣ୍ଟ ବିଭାଗର କିଛି ଗୁରୁତ୍ୱପୂଣ୍ଣ୍ର୍ ଫାଇଲକୁ EOW କପି କରିବାକୁ ଚାହିଁଥିଲେ ମଧ୍ୟ ବାଧା ସୃଷ୍ଟି କରାଯାଇଥିଲା । ହାର୍ଡଡିକ୍ସ ଜବତ କରିବା ସମୟରେ ମଧ୍ୟ ସମ୍ବାଦ କର୍ମଚାରୀ ବିରୋଧ କରିବାରୁ ଉପୁଜିଥିଲା ଅପ୍ରିତିକର ସ୍ଥିତି । ସେପଟେ ସମ୍ବାଦ ବିରୋଧରେ ଦିନକୁ ଦିନ ବଢୁଛି ଅଭିଯୋଗର ସଂଖ୍ୟା । କର୍ମଚାରୀଙ୍କ ନାଁ ରେ ଲୋନ କରାଯାଇଥିବା ଅଭିଯୋଗ ଅଣୁଛନ୍ତି ପୂର୍ବତନ କର୍ମଚାରୀ । ତଦନ୍ତକାରୀ ସଂସ୍ଥା ହାତରେ ଆହୁରି ଅନେକ ତଥ୍ୟ ଲାଗିଛି ସବୁଦିଗକୁ ନେଇ ଅଧିକ ତଦନ୍ତ ଜାରି ରହିଛି