ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡିଶାର ବିପୁଳ ଜନତାଙ୍କ ମନ ଜିଣିଥିବା ବ୍ୟକ୍ତି ବିଶେଷ । ସୁଶାସନ, ସୁବ୍ୟବସ୍ଥା, ଲୋକାଭିମୁଖୀ ଯୋଜନାରେ ଓଡିଶାର ଗଳି କନ୍ଦିରେ ଖେଳାଇ ପାରିଛନ୍ତି ବିକାଶର ବାର୍ତ୍ତା । ବୋଧ ହୁଏ ଆପଣମାନେ ବୁଝିପାରୁଥିବେ ଆମେ କାହା ବିଷୟରେ କହୁଛୁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଜନ ଆଦୃତ । କୋଟି କୋଟି ଓଡିଆଙ୍କ ଆଶା ଓ ବିଶ୍ୱାସକୁ ଜୟ କରିଥିବା ନବୀନଙ୍କ ଜୀବନଶୈଳୀ କିଭଳି ? ପ୍ରାୟ ସମସ୍ତଙ୍କୁ ଜଣା ତାଙ୍କ ପିଲା ବେଳରୁ ସେ ଓଡିଶାରେ ନ ଥିଲେ । ଓଡିଆରେ ଗୋଟେ କଥା କୁହାଯାଏ , “ ଯେ ଦେଶ ଯାଇ , ସେ ଫଳ ଖାଇ…” ନବୀନ ଯଦି ଏଠାରେ ନ ଥିଲେ , ସେ କେଉଁଠାରେ ରହୁଥିଲେ? ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ସାଧାସିଧା ବେଶ ପୋଷାକରେ ରହୁଥିôବା ବ୍ୟକ୍ତିତ୍ୱ ? ତେବେ ସେ କ’ଣ ଆଦ୍ୟରୁ ଏଭଳି ସାଧାସିଧା ଜୀବନ ଧାରଣ କରୁଥିଲେ? ନା’ ଓଡିଶା ଆସିବା ପରେ ମାତୃଭୂମିର ସ୍ପର୍ଶରେ , ଜନତାଙ୍କ ସେବାରେ ମଗ୍ନ ହୋଇ ନିଜର ଚାକଚକ୍ୟ ଜୀବନରୁ ଦୂରେଇ ଗଲେ ।
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସନ କରିଥିବା ନେତା । ଜନତାଙ୍କ ସୁଖ ଦୁଃଖ , ହାନି ଲାଭରେ ସବୁବେଳେ ସାତ୍ ଦେଇ ଆସୁଥିବା ଜନ ପ୍ରତିନିଧି । ଅତି ସାଧା ବସ୍ତ୍ର ପିନ୍ଧୁଥିବା ନବୀନ ଯୁବାବସ୍ଥାରେ ଖୁବ ଆଧୁନିକ ଥିଲେ । ଏଥି ସହ ସଂଭ୍ରାନ୍ତ ବ୍ୟକ୍ତିଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ ସେ । ଦିଲ୍ଲୀର ଓବ୍ରଏ ହୋଟେଲରେ ମାର୍ତଣ୍ଡ ସିଂଙ୍କ ସହ ମିଶି ‘ସାଇକ ଦିଲ୍ଲୀ’ ନାଁରେ ଏକ ବୁଟିକ ଖୋଲିଥିଲେ । ଯାହାର କ୍ଲାଏଣ୍ଟ ଥିଲେ ‘ବିଟେଲ୍ସ’ । କଳା ଓ ସଂସ୍କୃତି ପ୍ରତି ରୁଚି ରଖୁଥିବା ନବୀନ ସବୁବେଳେ ପ୍ରତିଷ୍ଟିତ ବ୍ୟକ୍ତିମାନଙ୍କ ଗହଣରେ ରହୁଥିଲେ । ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କ ପତ୍ନୀ ଜାକଲିନ୍ କେନେଡି ଓନାସିସ ଥିଲେ ତାଙ୍କର ବନ୍ଧୁ । ଏହାଛଡା ନବୀନଙ୍କ ବହି “ ଏ ସେକେଣ୍ଡ ପାରାଡାଇଜ” ଓ “ ଦି ଗାର୍ଡେନ ଅଫ ଲାଇଫ” ର ସଂପାଦନା କରିଥିଲେ । ରାଜନୀତିରୁ ଅନେକ ଦିନ ପର୍ଯ୍ୟନ୍ତ ଦୂରରେ ଥିଲେ ନବୀନ । ବିଜୁ ବାବୁ ତାଙ୍କ ପିଲା ମାନଙ୍କୁ ରାଜନୀତି ଠାରୁ ଦୂରେଇ ରଖିଲେ ବି ପରବର୍ତ୍ତୀ
କାଳରେ ଓଡିଶା ଶାସନର ମଙ୍ଗ ଧରିଲେ ନବୀନ । ବିଜୁ ବାବୁ ଥିବା ପର୍ଯ୍ୟନ୍ତ ନବୀନଙ୍କୁ ବିଶେଷ କେହି ଜାଣିନଥିଲେ । ୧୯୯୭ ବିଜୁ ବାବୁଙ୍କ ଦେହାନ୍ତ ପରେ ଏକ ନାଟକୀୟ ଢଙ୍ଗରେ ଓଡିଶା ରାଜନୀତିରେ ପ୍ରବେଶ କଲେ ଏବଂ ଆସ୍ଥା ନିର୍ବାଚନ ଜିତି ପ୍ରଥମ ଥର ପାଇଁ ସାଂସଦ ହେଲେ । ଆମେରିକାରୁ ଓଡିଶା ଆସିବା ପରେ ସର୍ଭ୍ୟାଣ୍ଟ କ୍ୱାଟରରେ ରହୁଥିଲେ ନବୀନ ଏବଂ ପରେ ତା’କୁ ଆବାସିକ କାର୍ଯ୍ୟାଳୟ ଭାବରେ ବ୍ୟବହାର କଲେ । ୨୦୦୦ ମସିହାରେ ହିଂଜିଳୀ ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡିଶାର ରାଜମୁକୁଟ । ପରେ ରାଜ୍ୟର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଓ ଗରିବୀ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟ କଲେ ନବୀନ । ଜଣେ ପରେ ଜଣେ ବିରୋଧୀଙ୍କୁ ହରାଇ ଆଗକୁ ଆସିଥିଲେ । ହେଲେ ୨୦୦୯ ମସିହା ନିର୍ବାଚନ ଥିଲା ତାଙ୍କ ପାଇଁ ଅଗ୍ନି ପରୀକ୍ଷା । ପ୍ରଥମ ଥର ପାଇଁ ବିଜେପି ହାତ ଛାଡି ଏକାକୀ ମୈଦାନକୁ ଓହ୍ଲାଇଥିଲା ବିଜୁ ଜନତା ଦଳ । ହେଲେ ସେହି ସମୟକୁ ନବୀନଙ୍କ ନେତୃତ୍ୱ ଜିତି ସାରିଥିଲା ଜନତାଙ୍କ ବିଶ୍ୱାସ । ଏଣୁ ପ୍ରଭାବହୀନ ହୋଇଥିଲା ବିରୋଧୀ ଦଳ ।
ମୁଖ୍ୟମନ୍ତ୍ରୀ ଭାବେ ଯେତିକି ଓଡିଶାର ବିକାଶ କରିଛନ୍ତି ସେତିକି ସାଉଁଟିଛନ୍ତି ଓଡିଶାବାସୀଙ୍କ ଭଲପାଇବା । ମହିଳା ସଶକ୍ତୀକରଣ ହେଉ ବା ୫ଞ ଯୋଜନା ସମସ୍ତ କ୍ଷେତ୍ରରେ ରହିଛି ଉନ୍ନତିର ଛିଟା । ଜନମାନସରେ ସେ ହିଁ ଜନନେତା ଏହା ପ୍ରମାଣ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।