ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : କଠିନ ସଂଘର୍ଷ ଓ ନିଷ୍ଠାପର କାର୍ଯ୍ୟ ପରେ ସଫଳତା ଆସି ମଥା ଚୁମ୍ବନ କରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମ୍ୟାରି କମ । ବିଶ୍ୱଦରବାରରେ ଭାରତ ନାଁକୁ ଶୀର୍ଷରେ ରଖିଛନ୍ତି ସେ । ୱାଲ୍ଟ ଚାମ୍ପିଅନସିପରେ ୬ ଥର ସୁନା ଜିତି ପ୍ରଥମ ମହିଳା ବକ୍ସର ହୋଇପାରିଛନ୍ତି । ତା’ ଛଡା ତିନୋଟି ପିଲାର ମା’ । ଜୀବନର ଏହି ସଫଳତାରେ ପହଞ୍ଚିବା ଏତେ ବି ସହଜ ନୁହେଁ ।

ମ୍ୟାରି କମ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତା’ ପୁଣି ଗୋଟେ ଝିଅ । ହେଲେ କଠୋର ପରିଶ୍ରମ ଦ୍ୱାରା ପିନ୍ଧିପାରିଲେ ବିଜୟ ମୁକୁଟ । ପ୍ରତିକୁଳ ପରିସ୍ଥିତିରେ ବି ଏକ ଦୃଢ ସଂକଳ୍ପ ନେଇ ଆଗକୁ ବଢିଥିଲେ । ପ୍ରଥମରୁ ହିଁ ତାଙ୍କୁ ପରିବାର ତରଫରୁ ସହଯୋଗ ମିଳିନଥିଲା । ତଥାପି ବକ୍ସିଂ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ମ୍ୟାରି କମ । ତେବେ ତାଙ୍କ ଜୀବନର କାହାଣୀ ଆରମ୍ଭ ହେଉଛି ୧ ମାର୍ଚ୍ଚ ୧୯୮୩ରୁ ଯେବେ ସେ ଜନ୍ମ ହୋଇଥିଲେ । ମଣିପୁରର ଗୋଟେ ଛୋଟ ଗାଁ କଙ୍ଗାଠେଇ ତାଙ୍କ ଜନ୍ମ ସ୍ଥାନ । ତାଙ୍କ ପିତା ତୋମ୍ପା କମ ଓ ମା’ ଙ୍କ ନାଁ ଅଖମ କମ ଏବଂ ତାଙ୍କ ପରିବାରରେ ଜଣେ ସାନ ଭାଇ ଓ ଭଉଣୀ । ମ୍ୟାରି କମ କହିଛନ୍ତି, ମୋ ବାପା ଛୋଟବେଳରୁ ପରିଶ୍ରମ ଓ ସଂଘର୍ଷ ଶିଖାଇଛନ୍ତି । ବାପା, ମା’ ଙ୍କ ପ୍ରଥମ ସନ୍ତାନ ହୋଇଥିବାରୁ ମୁଁ ବାପାଙ୍କ ପୁଅ ବି ଥିଲେ । ପ୍ରତିଦିନ ସକାଳ ୫ରୁ ଉଠି ବାପାଙ୍କ ସହ କ୍ଷେତ ଯାଉଥିଲେ । ସାନ ବେଳରୁ ହିଁ ଭାରି ଜିନିଷ ଉଠାଇବାର ଅଭ୍ୟାସ ଥିଲା । ୧୦ ବର୍ଷ ବୟସରୁ କ୍ଷେତର ପ୍ରାୟ ସବୁ କାମ ସେ ଜାଣିଥିଲେ । ସ୍କୁଲ ସମୟ ହେବା ମାତ୍ରେ ଘରକୁ ଆସି କିଛି ଖାଇ ପାଠ ପଢା ପାଇଁ ବାହାରି ଯାଉଥିଲେ । ଏହା ଛଡା ସ୍କୁଲରୁ ଫେରି ସେ ଘରେ ଚୁଲି ଲଗେଇବା ରୁ ଆରମ୍ଭ କରି ଲୁଗା ଧୋଇବା ପର୍ଯ୍ୟନ୍ତ ସବୁ କାମରେ ମା’ଙ୍କୁ ସାହାଯ୍ୟ କରନ୍ତି । ସମ୍ପୂର୍ଣର୍ ଭାବରେ ଅନ୍ଧାର ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରତ ଥାନ୍ତି । ପରେ ଲଣ୍ଠନ ଲଗାଇ ପାଠ ପଢନ୍ତି ମ୍ୟାରି ।

ମ୍ୟାରୀ ତାଙ୍କ ପ୍ରାଥମିକ ଶିକ୍ଷା ଲୋକତକ ଖ୍ରିିଷ୍ଟିୟାନ ମଡେଲ ସ୍କୁଲରେ ଆରମ୍ଭ କରିଥିଲେ । ପରେ ୯ମ ଓ ୧୦ମ ପାଠପଢା ପାଇଁ ଇମ୍ଫାଲ ଯାଇ ଆଦିମଯାତି ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଲେ । ହେଲେ ଉଚ୍ଚବିଦ୍ୟାଳୟରେ ବିଫଳ ହେଲେ । ଫଳରେ ସେ ସ୍କ୍ୁଲ ଛାଡିବାର ନିଷ୍ପତ୍ତି ନେଲେ । ପରେ ସେ ‘ନ୍ୟାଶନାଲ ଇନଷ୍ଟିଟ୍ୟୁଟ ଅଫ ଓପନ ସ୍କୁଲିଙ୍ଗ’ ରେ ୯ମ , ୧୦ମ ସହ ଇଣ୍ଟରମିଡିଏଟରେ ଉତ୍ତୀର୍ଣ୍ଣ ହେଲେ । ଛୋଟ ବେଳରୁ ଖେଳକୁଦ ପ୍ରତି ତାଙ୍କର ବିଶେଷ ଇଚ୍ଛା ଥିଲା ହେଲେ ଏପର୍ଯ୍ୟନ୍ତ ବି ବକ୍ସିଂ ରେ କ୍ୟାରିୟର କରିବା କଥା ଭାବି ନଥିଲେ ମ୍ୟାରି କମ । ଛୋଟ ବେଳରୁ ହିଁ ସମସ୍ତ କାର୍ଯ୍ୟ ଶୀଘ୍ର କରିବାର ଅଭ୍ୟାସ ତାଙ୍କ ଶରୀରକୁ ବେଶ ଆକ୍ଟିଭ ରଖେ । ମ୍ୟାରି ଙ୍କ ଅଜାଣତରେ ହିଁ ତାଙ୍କ ଶରୀର ବକ୍ସିଂ ପାଇଁ ପ୍ରସ୍ତୁତ ହେଇସାରିଥିଲା । ବକ୍ସିଂର ଅଭ୍ୟାସ ମଧ୍ୟ ପୁଅଙ୍କ ସହ କରିବାକୁ ପଡୁଥିଲା କାରଣ ଝିଅ ମାନେ ସହି ପାରୁ ନ ଥିଲେ ତାଙ୍କ ମାଡ । ୧୯୮୮ ରେ ମଣିପୁରର ବକ୍ସର ଡିମ୍ପୋ ସିଂଙ୍କ ସଫଳତା ତାଙ୍କୁ ବକ୍ସିଂ ଦୁନିଆରେ ପାଦ ଥାପିବା ପାଇଁ ପ୍ରେରଣା ଦେଲା । ମାତ୍ର ୧୫ ବର୍ଷ ବୟସରେ ବକ୍ସିଂ ଦୁନିଆରେ ରାଜ କରିବେ ବୋଲି ସେ ସ୍ଥିର କରିଥିଲେ । ଟ୍ରେନିଂ ପାଇଁ ଇମ୍ଫାଲରେ ଏକ ସ୍ପୋର୍ଟସ ଏକାଡେମୀରେ ନାମ ଲେଖାଇଲେ । ସେଠାରେ ତାଙ୍କ କୋଚ ଥିଲେ କେ. କୁଶାନା ମୌତେ । ମ୍ୟାରି କମ ଘର ଠାରୁ ଦୂରରେ ରହି ବକ୍ସିଂ ଟ୍ରେନିଂ ନେଉଥିଲେ ସତ ହେଲେ ଘରେ ଏହି ସଂମ୍ପର୍କରେ କାହାକୁ ଜଣା ନଥିଲା । ବକ୍ସିଂ ରେ ଜୀବନ ପ୍ରତି ବିପଦ ରହିବା ସହ ଯଦି ଚେହେରାରେ ଦାଗ ରହିଯାଏ ତେବେ ବିବାହ ନ ହେବା ଭୟରେ ପରିବାର ସଦସ୍ୟ ତାଙ୍କ ସପକ୍ଷରେ ନ ଥିଲେ । କିନ୍ତୁ ଜୀବନରେ କିଛି କରି ବାପା, ମା’ ଓ ଭାଇ ଭଉଣୀଙ୍କୁ ଗରିବୀରୁ ଦୂରେଇ ନେବାର ଇଚ୍ଛା ତାଙ୍କୁ ଅହେତୁକ ସଫଳତା ଆଣି ଦେଇଥିଲା ।

ପରିବାରର ସହଯୋଗ ନ ଥାଇ ମଧ୍ୟ ୨୦୦୦ ମସିହାରେ ମଣିପୁରର ଷ୍ଟେଟ ବକ୍ସିଂ ଚାମ୍ପିଅନସିପରେ ଜିତିବା ପରେ ତାଙ୍କର ଏହି ସଫଳତା ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇଲା । ପରିବାରର ସମସ୍ତେ ଏହା ଦେଖି ସତ୍ୟତା ଜାଣିବା ପରେ ପରିବାର ସଦସ୍ୟ ତାଙ୍କୁ ସପୋର୍ଟ କଲେ । ୨୦୦୧ ମସିହାରେ ମ୍ୟାରି କମଙ୍କ ପରିଶ୍ରମର ଝଲକ ବିଶ୍ୱଦରବାରରେ ଦେଖିବାକୁ ମିଳିଲା ।‘ AIBA WORLD’S CHAMPIONSHIPS’ ରେ ସେ ରୌପ୍ୟ ପଦକ ନିଜର କରିନେଇଥିଲେ । ୨୦୦୨ ବେଳକୁ ଅଭିଜ୍ଞତା ବଢିବା ସହ ପୁଣି ‘ AIBA WORLD’S CHAMPIONSHIPS’ ରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହା ପରେ ଅନେକ ‘ଡୋମେଷ୍ଟିକ ଓ ଏସିଆନ ଗେମ’ ରେ ତାଙ୍କ ପ୍ରତିଭାର ଝଲକ ଦେଖିବାକୁ ମିଳିଥିଲା । ୨୦୦୫ କେ ଅନଲର କମ ଙ୍କୁ ମ୍ୟାରି କମ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ସପୋର୍ଟ କଲେ । ହେଲେ ମାତୃତ୍ୱ ଲାଭ କରିବା ପରେ ସମସ୍ତେ ଭାବିନେଲେ ଯେ ମ୍ୟାରି ପୁଣି ଖେଳ ଜଗତକୁ ଫେରିବେ ନାହିଁ । ମା’ ହେବା ପରେ ତାଙ୍କର ଖେଲିବାରେ ସେହି ସ୍ପିଟ ରହିବନି । ସେଥିପାଇଁ ଅଲମ୍ପିକ ସିଲେକ୍ସନ ସମୟରେ ଅନ୍ୟ ୫ ଜଣ ଖେଳାଳିଙ୍କ ସହ ତାଙ୍କ ଓଜନ ମେଳ କରାଗଲା ଏପରିକି ଖେଳିବା ସମୟରେ ବିରତି ସମୟ କମ କରାଯାଇଥିଲା ଯେପରି ମ୍ୟାରି ଥକ୍କାପଣରେ ମ୍ୟାରି କମ ଜୋର ପଡିଯିବେ । ତଥାପି ମ୍ୟାରି କମ ହାର ମାନି ନଥିଲେ । ଶେଷରେ ସିଲେକ୍ସନ କମିଟିକୁ ଚୁପ ହେବାକୁ ହିଁ ପଡିଥିଲା । ୨୦୦୬ର world championship match ମ୍ୟାରିଙ୍କ ପାଇଁ ଅଧିକ କଠିନ ଥିଲା ବୋଲି ସେ ମଧ୍ୟ କୁହନ୍ତି । ଡୋପିଂ ଟେଷ୍ଟରେ ବିଫଳ ହେବା ଭୟରେ ଜ୍ୱର ସତ୍ତ୍ୱେ ବି ମୁଁ ମେଡିସିନ ଖାଇ ନଥିଲି । ପରେ ସମସ୍ତଙ୍କ ସପୋର୍ଟରେ ୨୦୧୮ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଯୋଗିତା ରେ ଭାଗ ନେଇ ୬ଥର ସ୍ୱର୍ଣ୍ଣପଦକ ଜିତିଥିଲେ । ଏହା ପରେ ସେ ବିଶ୍ୱର ପ୍ରଥମ ମହିଳା ଯେ କି, ବକ୍ସିଂରେ ୬ଥର ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଭାରତ ସରକାର ଖେଳରେ ଯୋଗଦାନ ପାଇଁ ୨୦୦୩ ରେ ‘ଅର୍ଜୁନ ପୁରସ୍କାର’, ୨୦୦୬ରେ ‘ପଦ୍ମଶ୍ରୀ’ ଏବଂ ୨୦୦୯ ରେ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧି ଖେଲ ରତ୍ନ’ ପୁରସ୍କାର ମ୍ୟାରି କମଙ୍କୁ ପ୍ରଦାନ କରିଛନ୍ତି ।

ମ୍ୟାରି କମଙ୍କ ଭଳି ପ୍ରେରଣା ଯିଏ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର ସ୍ୱତନ୍ତ୍ର ପରିଚୟ ଗଢି ତୋଳିଛନ୍ତି । ତାଙ୍କ ଜୀବନଶୈଳୀକୁ ଆଧାର କରି ୨୦୧୪ ମସିହାରେ ବଲିଉଡରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ଯଦି ମ୍ୟାରି କମ ତାଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକଟି ଅସୁବିଧାରେ ପଛ ଘୁଞ୍ଚା ଦେଇଥାନ୍ତେ ବୋଧ ହୁଏ ସଫଳତାର ଶୀର୍ଷ ସେ କେବେ ଛୁଇଁ ପାରି ନଥାନ୍ତେ । ତାଙ୍କ ଜୀବନରେ ଗୋଟିଏ ମୂଳମନ୍ତ୍ର ସେ ଗ୍ରହଣ କରିଛନ୍ତି “ ମତେ ଯେତେ ତଳକୁ ନେବାକୁ ଚାହିଁବ , ମୁଁ ସେତେ ଉପରକୁ ଉଠିବି” ।