ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରରେ ପୁଣି ବଢିଲା ବନ୍ୟାଜଳ। ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିଲା। ଛତିଶଗଡ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପୁଣି ବଢିଲା ବନ୍ୟାଜଳ ପ୍ରବେଶର ମାତ୍ରା। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟରେ ପହଂଚିଥିବା ବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୩ ହଜାର ୭୫୧ ଘନଫୁଟ ବନ୍ୟାଜଳ। ସେପଟେ ୨୨ଟି ଗେଟ ଖୋଲାଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯୪ ହଜାର ୫୭୫ ଘନଫୁଟ ବନ୍ୟାଜଳ।