ସେହିଭଳି ଗଣଶିକ୍ଷା ପାଇଁ ୨୮୮୨ କୋଟି, ଜଳସଂପଦ ପାଇଁ ୨୪୦୭ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି । ଏହାସହ ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ବ୍ୟୟବରାଦ କରାଯାଇଛି ।