ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡିଶା ରାଜ୍ୟ ମିଳିତ ସ୍ୱାବଳମ୍ବୀ କାରିଗର ସଂଘ ସରକାରଙ୍କ ପ୍ରତି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ବିନା ଛୁଟିରେ ବର୍ଷ ତମାମ ଜଣେ ନିୟମିତ କାର୍ଯ୍ୟରତ ଥିବା ବେଳେ ସାମାନ୍ୟ ସରକାରୀ ସୁବିଧା ଅନ୍ୟାୟ ବୋଲି ପ୍ରକାଶ କରିଛନ୍ତି । ମହଙ୍ଗା ଯୁଗରେ ମାସିକ ୨ ହଜାର ଟଙ୍କା ଓ ଅତିରିକ୍ତ କାମ ପାଇଁ ୨ ହଜାର ଟଙ୍କା ପ୍ରଦାନ କରିବା ଶ୍ରମିକ ବିରୋଧୀ ପଦକ୍ଷେପ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । କାର୍ଯ୍ୟରତ ଏସ.ଇ.ଏମ.ଟିଏ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିଲେ ମଧ୍ୟ ତାଙ୍କ ଅସହାୟ ପରିବାର ପ୍ରତି ଏଯାବତ କୌଣସି ଇନସ୍ୟୁରାନ୍ସ କିମ୍ବା ଅନୁକମ୍ପା ମୂଳକ ସହାୟତା ରାଶିର ବନ୍ଦୋବସ୍ତ କରିନାହାଁନ୍ତି ସରକାର ।
ଏଣୁ ପଞ୍ଚାୟତ ନଳ କୂପ ମିସ୍ତ୍ରୀ ଓ ପମ୍ପଚାଳକ ଙ୍କୁ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ । ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଏସ.ଇ.ଏମ. ପରିବାରକୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଉ । ଏସ.ଇ.ଏମ. ମାନଙ୍କୁ ଅନ୍ୟୁନ ସର୍ବନିମ୍ନ ମଜୁରୀ ଅବିଳମ୍ବେ ପ୍ରଦାନ କରାଯାଉ । ବିଭିନ୍ନ ପଞ୍ଚାୟତରେ ଅନରାରିୟମ ପାଇନଥିବା ଏସ.ଇ.ଏମ. କୁ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବା ସହିତ ନିୟମିତ ପାରିଶ୍ରମିକ ପ୍ରଦାନ କରାଯାଉ । ଏସ.ଇ.ଏମ. ମାନଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ ଓ ଛଟେଇ ବନ୍ଦ କରାଯାଉ । ତେବେ ଓଡିଶା ରାଜ୍ୟ ମିଳିତ ସ୍ୱାବଳମ୍ବୀ କାରିଗର ସଂଘ ଏହି ୫ଟି ଦାବି କରିଛନ୍ତି ।