ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମେ ବାଚସ୍ପତି ନିର୍ବାଚନ ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ। ଏଥିରେ ପ୍ରଥମଥର ଯୋଗ ଦେଇଥିଲେ ଝାରସୁଗୁଡା ଆସନରୁ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝିଅ ଦୀପାଳି ଝାରସୁଗୁଡା ଆସନରୁ ବିଜୟୀ ହୋଇଥିଲେ । ଏହି ଅବସରରେ ଦୀପାଳି କହିଥିଲେ , ଆଜି ତାଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ବାପା ଯେଉଁ ଆସନରେ ବସୁଥିଲେ ତାହା ଦେଖି ସେ ଭାବ ବିହ୍ୱଳ ହୋଇପଡିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବୋଲି କହିଥିଲେ । ବାପା ଚାହୁଁଥିଲେ ମୁଁ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରେ, ଆଜି ମୁଁ ପ୍ରଥମ ଥର ବିଧାନସଭା ଆସିଛି ହେଲେ ଦେଖିବାକୁ ବାପା ନାହାଁନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି ।