ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ଥରେ ଟ୍ରାକରେ ଗଡିବ ଡେକ୍କନ ଓଡିସି ଟ୍ରେନ । ଏଥିରେ ଯାତ୍ରୀଙ୍କୁ ବାର ସହ ରେଷ୍ଟୁରାଣ୍ଟର ସମସ୍ତ ସୁବିଧା ମିଳିବ। କୋଭିଡ ମହାମାରୀ ପାଇଁ ଏହି ଟ୍ରେନ ଅଟକି ଯାଇଥିଲା । ଦୀର୍ଘ ୪ବର୍ଷ ପରେ ପୁଣି ଥରେ ଟ୍ରାକକୁ ଫେରିବ ଡେକ୍କନ ଓଡିସି ଟ୍ରେନ । ଏହି ଟ୍ରେନକୁ ବିଳାସପୂର୍ଣ୍ଣ ଟ୍ରେନ ଭାବେ ବିବେଚନା କରାଯାଏ । ୨୦୦୪ ମସିହାରେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ସହାୟତାରେ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୨୩ ଅର୍ଥାତ ଆସନ୍ତାକାଲି ଠାରୁ ଏହି ଟ୍ରେନ ଚଳାଚଳ କରିବ । ଛତ୍ରପତି ଶିବାଜୀ ଟର୍ମିନିସ ରୁ ଏହାର ଶୁଭାରମ୍ଭ କରାଯିବ । ଏଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଏହି ଟ୍ରେନ ଯୋଗେ ଯାତ୍ରା ମାନଙ୍କୁ ୬.୫ ଲକ୍ଷ ଟଙ୍କାର ପ୍ୟାକେଜ ନେବାକୁ ପଡିବ । ଯେଉଁଥିରେ ଯାତ୍ରୀ ମାନେ ଫାଇଭ ଷ୍ଟାର ହୋଟେଲର ସୁବିଧା ସହ ୭ଦିନ ଯାତ୍ରା କରିପାରିବେ । ଏହାବ୍ୟତୀତ ଏଥିରେ ସ୍ପା, ବାର ଏବଂ ବିଳାସ ପୂର୍ଣ୍ଣ ଡିଲକ୍ସ ରୁମ, କ୍ୟାରମ ଖେଳିବା ପାଇଁ ଇନଡୋରର ବ୍ୟବସ୍ଥା ରହିଛି । ଏହାସହ ଟ୍ରେନକୁ ଏକ ନୂଆ ଲୁକ ଦିଆଯାଇଛି ।
ତେବେ ଏହି ଐତିହାସିକ ମୂହୂର୍ତ୍ତରେ ରାଜ୍ୟ ବିଧାନସଭା ସଭାପତି ରାହୁଲ ନର୍ଭେକର, ପର୍ଯ୍ୟଟନ ମନ୍ତ୍ରୀ ଗିରିଶ ମହାଜନ, ଶିକ୍ଷା ମନ୍ତ୍ରୀ ଦୀପକ କେସରକରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେବେ । ସୂଚନା ରହିଛି ଯେ, ଏହି ଟ୍ରେନ ଗୁଜୁରାଟ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଦେଇ ଗତି କରିବାର ସୂଚନା ରହିଛି ।