ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଯଶୋଦା ବେନ ମୋଦି , ଜଣେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ। ସେ ୧୭ ବର୍ଷରୁ କରିଥିଲେ ବିବାହ। ବିବାହ ପାଇଁ ଛାଡିଥିଲେ ପାଠ। ପ୍ରଥମ ରୁ ତ ଲାଗୁଥିଲା ସବୁ କିଛି ଭଲ ହେଲେ ପରେ ଆରମ୍ଭ ହେଲା ମନାନ୍ତର। ତେବେ ଆପଣ କ’ଣ ଜାଣନ୍ତି କି, ତାଙ୍କୁ
ସେ ଆଉ କେହି ନୁହେଁ, ଖୋଦ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ ମୋଦି। ତାଙ୍କ ବିବାହ ଥିଲା ୩ ବର୍ଷର ହେଲେ ସମ୍ପର୍କ ନିଭାଇଲେ ମାତ୍ର ୩ ମାସ। ଆଜି କାଲିର କନ୍ଟ୍ରାକ୍ଟ ମ୍ୟାରେଜ ନୁହେଁ ବୈଦିକ ରୀତିରେ ହୋଇଥିଲା ବିବାହ। ମାତ୍ର ୩ ମାସରେ କ’ଣ ସମ୍ପର୍କରେ ତିକ୍ତତା ଏତେ ଥିଲା ଯେ, ପରସ୍ପର ଠାରୁ ଅଲଗା ହେବାକୁ ପଡିଲା।
ମହିଳାଙ୍କ ସମ୍ମାନ ପାଇଁ ବିଭିନ୍ନ ଯୋଜନା କରୁଥିବା ମୋଦି ନିଜ ଘରକୁ ରଖିଛନ୍ତି ଅସଜଡା। ବାପାଙ୍କ ସମ୍ପତ୍ତ୍ିରେ ଝିଅଙ୍କ ଅଧିକାର ହେଉ ଅବା ମୁସଲିମଙ୍କର ତିନ ତଲାକ ନିତିର ଉଚ୍ଛେଦ ମହିଳାଙ୍କ ସମ୍ମାନ ପାଇଁ ବେଶ ତତ୍ପର ମୋଦି ସରକାର। ହେଲେ ତାଙ୍କ ପତ୍ନୀ କେଉଁଠି , କେମିତି ଅଛନ୍ତି ସେ ସମ୍ବନ୍ଧରେ ମୋଦି ଅନଭିଜ୍ଞ।
ଏହି ପ୍ରସଙ୍ଗ ଆରମ୍ଭ ହୋଇଛି ୨୦୧୪ ମସିହାରୁ ଯେତେବେଳେ ପ୍ରଧାନମନ୍ତ୍ରୀ ନାମାଙ୍କନ ପତ୍ର ଭରିବା ସମୟରେ ପତ୍ନୀଙ୍କ ନାମ ଯଶୋଦା ବେନ ମୋଦି ବୋଲି ଉଲ୍ଲେଖ କରିଥିଲେ। ସେତେବେଳେ ରାଜନୀତି ମୈଦାନରେ ଚର୍ଚ୍ଚା ଜୋର ଧରିଲା। କାରଣ ୩ ଥର ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ହୋଇଥିବା ମୋଦି ନାମାଙ୍କନ ପତ୍ରରେ ପତ୍ନୀ ସ୍ଥାନ ସବୁବେଳେ ଖାଲି ରଖୁଥିଲେ। ତାହା ପୂର୍ବରୁ ମଧ୍ୟ ମୋଦିଙ୍କ ବୈବାହିକ ସମ୍ପର୍କ ସମ୍ବନ୍ଧରେ କୌଣସି ପ୍ରସଙ୍ଗ ଆଲୋଚନା ହୋଇ ନ ଥିଲା। ତେବେ ପ୍ରଶ୍ନ ଉଠୁଛି ହଠାତ ମୋଦି କିପରି ସେ ସମ୍ପର୍କକୁ ମାନିନେଇଥିଲେ।
ପରେ ମୋଦିଙ୍କ ବଡ ଭାଇ ଖୁଲାସା କଲେ କାହିଁକି ମୋଦି ତାଙ୍କ ପତ୍ନୀଙ୍କ ଠାରୁ ଦୂରେଇ ଯାଇଥିଲେ। ୧୯୬୮ରେ ଯଶୋଦା ବେନଙ୍କୁ ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟସ ଥିଲା ୧୮। ବିବାହ ବେଳକୁ ଦୁହେଁ ନାବାଳକ , ନାବାଳିକା ଥିଲେ । କିନ୍ତୁ ସେହି ସମୟରେ କମ ବୟସରୁ ବିବାହ କରି ଝିଅ ମାନଙ୍କୁ ଘରେ କାମ କରିବା ପାଇଁ କୁହାଯାଇଥିଲା । ବିବାହ ପରେ ନିଜ କ୍ୟାରିୟରକୁ ପଛରେ ଛାଡିଥିବା ଯଶୋଦା ବେନଙ୍କୁ ମୋଦୀ ପାଠ ପଢିବା ପାଇଁ ଉତ୍ସାହିତ କରୁଥିଲେ ସତ ହେଲେ ବିବାହର ୩ ମାସ ପରେ ସେ ତାଙ୍କୁ ଛାଡି ଦୂରକୁ ଚାଲିଯାଇଥିଲେ । ଦୁଇ ବର୍ଷ ପରେ ଭଦନଗର ଫେରି ଆସି ନିଜ ସମ୍ପର୍କୀୟଙ୍କୁ ଭେଟି ଥିଲେ ମୋଦି । ପରେ ଅହମ୍ମଦାବାଦ ଯାଇଥିଲେ ଜଣେ ସମ୍ପର୍କାୟଙ୍କ ହୋଟେଲରେ କାମ କରିବା ଉଦ୍ଦେଶ୍ୟରେ। ଏତିକିବେଳେ ଯଶୋଦାବେନ ପୁଣି ନିଜ ବୈବାହିକ ଜୀବନକୁ ସଜାଡିବା ପାଇଁ ମୋଦିଙ୍କ ନିକଟକୁ ଫେରିଥିଲେ ହେଲେ ସ୍ୱାମୀ, ତାଙ୍କର ଏହି ନିଷ୍ପତ୍ତିକୁ କରିଥିଲେ ପ୍ରତ୍ୟାଖ୍ୟାନ । ଏତଦବ୍ୟତୀତ ଜୀବନକୁ ନିଜ ହିସାବରେ ବଞ୍ଚି , ଭବିଷ୍ୟତ ପ୍ରତି ଧ୍ୟାନ ଦେବାକୁ କହିଥିଲେ ମୋଦି। ତେବେ ବିବାହର ୩ ବର୍ଷ ପରେ ସମ୍ପୂର୍ଣ୍ଣ ଅଲଗା ହେବା ପୂର୍ବରୁ ଦୁହେଁ ମାତ୍ର ୩ମାସ ଏକାଠି ରହିଥିଲେ । ଦେଶ ସେବା କରିବାର କଥା କହି ମୋଦି ତାଙ୍କ ବୈବାହିକ ସମ୍ପର୍କରେ ପକାଇଥିଲେ ପୂର୍ଣ୍ଣଚ୍ଛେଦ । ୧ ଫେବୃଅ୍ରାରୀ ୨୦୧୪ ରେ ଯଶୋଦାବେନ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ ଯେ, ବିବାହ ଆରମ୍ଭରୁ ମୋ ସହ ଭଲରେ କଥା ହେଉଥିଲେ, ଏମିତିକି ରୋଷେଇରେ ବି ସାହାଯ୍ୟ କରୁଥିଲେ ତା’ ଛଡା ମୋ ପାଠ ପ୍ରତି ମଧ୍ୟ ବେଶ ଧ୍ୟାନ ଦେବାକୁ କହୁଥିଲେ। ତେବେ ମାତ୍ର କିଛି ଦିନ ଅନ୍ତରାଳରେ ସମ୍ପର୍କ ଭାଙ୍ଗିବାର କାରଣ କ’ଣ ? ଏହି ପ୍ରଶ୍ନର ଉତ୍ତର ଏବେବି ଲୁଚିଛି । କିନ୍ତୁ ଯଶୋଦାବେନ ମୋଦିଙ୍କ ବିରୋଧରେ ଏଯାବତ କୌଣସି ଟିପ୍ପଣୀ ଦେଇନାହାଁନ୍ତି । ଗଣମାଧ୍ୟମ ସମ୍ମୁଖରେ ସାଧାରଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ମିଳିଛି କି ? ସେ ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନର ଉତ୍ତର ରଖିିଥିଲେ ଯେ, ଦୁହେଁ ଅଲଗା ହେବା ପରେ ସେମାନେ କେବେ ପରସ୍ପର ସହ କଥା ମଧ୍ୟ ହୋଇନାହାଁନ୍ତି । ଅଲଗା ରହୁଛନ୍ତି ସତ ହେଲେ ଆଜି ପର୍ଯ୍ୟନ୍ତ ବି ହୋଇନି ୟସଙ୍ଖକ୍ଟକ୍ସମର ! କିନ୍ତୁ ସମ୍ପର୍କର ଏହି ରହସ୍ୟକୁ ନେଇ ଉଭୟ ଆଜି ବି ଚୁପ ।