ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଧରାପୃଷ୍ଠରେ ଆଜି ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ଗାଁଠୁ ସହରର ହୋଇଉଠିଛି ଚଳଚଞ୍ଚଳ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ବେଶ ମନ ମୁଗ୍ଧକର। ସବୁଆଡେ ଜମିଛି ସାଜସଜ୍ଜାର ଆସର। ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ। କେଉଁଠି ସପ୍ତାହେ ତ କେଉଁଠି ମାସେ ଧରି ଚାଲିବ ଗଣପତିଙ୍କ ପୂଜା। ମେଢ ଦେଖିବାକୁ ବି ଲୋକଙ୍କ ଭିଡ଼ ଲାଗିଛି। ତା’ ସହ ମୀନାବଜାର ବୁଲିବା ମଜା ଆନନ୍ଦକୁ ଦ୍ବିଗୁଣିତ କରୁଛି। ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜାରେ ଝଟକୁଛି ବିଭିନ୍ନ ସହର । ଭୁବନେଶରର ବରଗଡ଼, ସହିଦନଗର ଓ ବରମୁଣ୍ଡା ରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଇବା ସହ ତୋରଣ କିଣୁଛି ଶ୍ରଦ୍ଧାଳୁ ଙ୍କ ମନ। ସେହିଭଳି କଟକରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହୋଇଉଠିଛି।
ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ।