ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସବ୍ ଟିଭିରେ ପ୍ରସାରିତ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଟେଲିଭିଜନରେ ଏକ ଲୋକପ୍ରିୟ ସୋ। ଏହି ସୋ’ ର କଳାକାର ମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ତେବେ ସୋ’ ଛାଡିଥିବା ଅନେକ ଅଭିନେତା ଅଭିନେତ୍ରୀ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ସମସ୍ତଙ୍କ ପାଇଁ ତାରକ ମେହେଟ୍ଟା (ଶୈଳେଶ ଲୋଢା) ବକେୟା ରାଶି ପାଇନଥିବାର ଅଭିଯୋଗ ଆଣିଛନ୍ତି । ଇଣ୍ଡଷ୍ଟ୍ରିର ଏହି ଲୋକ ପ୍ରିୟ ତାରକା ଦିନେ ମେଡିସିନ ବିକ୍ରି କରୁଥିଲେ । ଗୋଟେ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ମୁଁ ଜଣେ ଶିଶୁ କବି ଭାବେ ବହୁ ପ୍ରସିଦ୍ଧ ଥିଲି , ଅଟୋଗ୍ରାଫ ବି ଦେଉଥିଲି । ହେଲେ ପରିସ୍ଥିତିର ଚାପରେ ମୁଁ ଔଷଧ ବିକ୍ରି କରିଲି । ମା’ଙ୍କ ଚିକିତ୍ସା ଓ ଭଉଣୀର ବିବାହ ପାଇଁ ମତେ ଏସବୁ କରିବାକୁ ପଡିଥିଲା । ଶିଶୁ କବି ପାଇଁ ଜାତୀୟ ସ୍ତରରେ ବିତର୍କ ଚାମ୍ପିୟନ ଥିଲି, କିନ୍ତୁ ତା’ପରେ ମୁଁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନକୁ ଯାଇ ଔଷଧ ବିକ୍ରି କରୁଥିଲି ।