ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ। ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ସେହିଭଳି ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।
ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ। ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରଜୀବ ମହାନ୍ତି, ଜଗଦୀଶ ବିଶ୍ବାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।