ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବଡ ପୁଅ । ସାନ ପରେ ବଡ ପୁଅର ଦମଦାର ଏଣ୍ଟ୍ରି । କଂଗ୍ରେସ ଭବନରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯେଉଁଠି ବଡ ବୟାନ ଦେଇଛନ୍ତି ସିଦ୍ଧାର୍ଥ ।
ସିଦ୍ଧାର୍ଥ କହିଛନ୍ତି, ମୋର ରକ୍ତ କଂଗ୍ରେସ ଓ ସୁଯୋଗ ମିଳିଲେ କଂଗ୍ରେସରୁ ଲଢିବି ବୋଲି କହିଛନ୍ତି ସିଦ୍ଧାର୍ଥ । କିଛି ଦିନ ତଳେ କଂଗ୍ରେସରୁ ଳଢିବିନି ବୋଲି ଖୋଲାଖୋଲି ଗଣମାଧ୍ୟମରେ କହିଥିଲେ ସୁରଙ୍କ ସାନପୁଅ ମନ୍ମଥ । ଏହା ପରେ ଶୃଙ୍ଖଳା କମିଟି ମନ୍ମଥଙ୍କୁ ଦଳରୁ ନିଲମ୍ବନ କରିଥିଲା ।