ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଅପରାଧିକ ମାମଲାରେ ମିଡିଆ ଟ୍ରାଏଲକୁ ନେଇ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଉ। ଦୁଇମାସ ମଧ୍ୟରେ ଗଣମାଧ୍ୟମ ବ୍ରିଫିଂ ସମ୍ପର୍କିତ ମାନୁଆଲ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ରାଜ୍ୟର ଡିଜିପି ଏକମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ। ୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଗଣମାଧ୍ୟମରେ ଟ୍ରାଏଲ ଦ୍ୱାରା ନ୍ୟାୟପାଳିକା ପ୍ରଭାବିତ ହେଉଛି। ପୋଲିସର ସମ୍ବେଦନଶୀଳତା ଆସିବା ଜରୁରୀ। କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
କାରଣ ଏହା ପୀଡିତ ବା ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କୁ ସ୍ୱାର୍ଥ ସହିତ ଜଡିତ। ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ । ମୌଳିକ ସ୍ତରରେ ଭାଷଣ ଏବଂ ଅଭିବ୍ୟକ୍ତିର ମୌଳିକ ଅଧିକାର ଉଭୟ ଗଣମାଧ୍ୟମର ମତାମତ, ପ୍ରସାରଣ କରିବାର ଅଧିକାର ଦୃଷ୍ଟିରୁ ସିଧାସଳଖ ଜଡିତ । ଏଣୁ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।