ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ହେଲେ ତା’ ପୂର୍ବ ଦିନ ସରକାର ଏକ ସର୍ବଦଳୀୟ ବୈଠକ ରଖିଛନ୍ତି । ଏହି ସଂମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ପୋଷ୍ଟ କରିଛନ୍ତି । ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକର ଦିନକ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪:୩୦ରେ ସର୍ବଦଳୀୟ ବୈଠକ ଡକାଯାଉଛି ।
ସ୍ୱତନ୍ତ୍ର ଅଧିବେଶନ ଏଜେଣ୍ଡା ସଂକ୍ରାନ୍ତରେ କିଛି ଜଣାନଥିବାବେଳେ ଉକ୍ତ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇପାରେ । ଅନ୍ୟପଟେ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ସଂକ୍ରାନ୍ତରେ ମଧ୍ୟ ସବ୍ରଦଳୀୟ ବୈଠକରେ ଆଲୋଚନା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ସରକାର ଡାକିଥିବା ସ୍ୱତନ୍ତ୍ର ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିପାରେ ।