ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ ଖୋଲାଯାଇଥିବା ଜଣା ପଡିଛି । ଆଗାମୀ ୩ ଦିନ ଧରି ବର୍ଷା ସମ୍ଭାବନା ଥିବାରୁ ଗେଟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ବୁଧବାର ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ ଖୋଲିଛି । ଏନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବୁଧବାର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଞ୍ଚିଥିବା ବେଳେ ଆଗକୁ ୩ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରତି ସେକେଣ୍ଡରେ ୪୭୪୬୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି । ସେହି ଅନୁପାତରେ ୩୪୭୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।