ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ପଦବୀ ରୁ ହଟାଇ ଦିଆଗଲା। ବିଜେଡି ସୁପ୍ରିମୋ ନବୀନ ନେଲେ ଏକ ବଡ ଆକ୍ସନ । ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ବିଦା କରାଗଲା । ଗତ କିଛି ଦିନ ତଳେ ଦଳ ଓ ଶାସନ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ । ‘ସମ୍ବାଦ’ ଖବରକାଗଜରେ ସମ୍ପାଦକୀୟ ଲେଖି ନିଜ ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ସୌମ୍ୟ ଚର୍ଚ୍ଚାରେ ଥିଲେ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି ସୌମ୍ୟ ।