ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କୌଣସି ମୂଲ୍ୟବାନ ଜୀବନ ହାନି ନ ହେବା ନେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ BSKY ସଞ୍ଜୟଙ୍କୁ ନୂଆ ଜୀବନ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମର ସଞ୍ଜୟ କୁମାର ସ୍ଵାଇଁ କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରନ୍ତି। କିଛି ଦିନ ଧରି ତାଙ୍କୁ ଜ୍ଵର ହେଲା। ଔଷଧ ଖାଇଲେ ବି ଭଲ ହେଲାନି। ଡାକ୍ତରଙ୍କୁ ଦେଖାଇ 2022 ମସିହା ଅପ୍ରେଲ 8 ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରାଇବା ପରେ ଜାଣିଲେ ଯେ କିଡନୀ ଖରାପ ହୋଇଛି।
ଏହା ପରେ ଭେଲୋର,କଲିକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରାଇଥିଲେ ବୋଲି କହିଛନ୍ତି ସଞ୍ଜୟ। ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ.କେ.ୱାଇ) ସାହା ହେଲା। କଲିକତାର ନାରାୟଣ ହୃଦୟାଳୟରେ ତାଙ୍କର ଉପଯୁକ୍ତ ଚିକିତ୍ସା ହେଲା ଏବଂ ନୂଆ ଜୀବନ ମିଳିଲା ବୋଲି କହିଛନ୍ତି ସେ।
ଏହା ଛଡା ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଲେ। ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ। ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ସଞ୍ଜୟଙ୍କ ସାହା ହେଲା। ବି.ଏସ.କେ.ୱାଇ ଟିମ୍ ସବୁପ୍ରକାର ଯୋଗାଯୋଗ ଓ ସୁବିଧା କରାଇଦେଲେ। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ଆମ ପରିବାର ଚିରଋଣୀ ବୋଲି କହିଛନ୍ତି ସଞ୍ଜୟ।