ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ମିଳିବ କେନ୍ଦ୍ର ସରକାରଙ୍କ ତରଫରୁ ଉପହାର । ସେହି ଦିନ ‘ଆୟୁଷ୍ମାନ ଭବଃ’ ଯୋଜନା ଶୁଭାରମ୍ଭ ହେବ ।
ପ୍ରତ୍ୟେକ ରାଜ୍ୟରେ ଲାଗୁ ହୋଇଥିବା ସ୍ୱାସ୍ଥ୍ୟ ସ୍କିମ ଜରିଆରେ ଏହି ଯୋଜନାରୁ ହିତାଧିକାରୀଙ୍କୁ ଲାଭ ମିଳିପାରିବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ରାଜ୍ୟରେ ଆୟୁଷମାନ ଭବଃ ଶିବିର ଅନୁଷ୍ଠିତ ହେବ । ଏବଂ ପ୍ରଥମ ପର୍ଯ୍ୟାୟ ପ୍ରାୟ ୬୦ ହଜାର ଲୋକଙ୍କୁ ଆୟୁଷମାନ ଭବଃ କାର୍ଡ ପ୍ରଦାନ କରାଯିବ । ଆଗାମୀ ଦିନରେ ଏହି ସେବା ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।