ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କିରୁଥିକା ପ୍ରଭାକରନଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଚ୍ୟାଲେଞ୍ଜ । ଜମିରେ କେନାଲ ଖୋଲିଲେ । ପୂର୍ବରୁ ପ୍ରଭାକରନଙ୍କ ପତ୍ନୀଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ ଆଣିଥିଲେ ଅପରାଜିତା । ଆଉ ବର୍ତ୍ତମାନ ଲୋକଙ୍କୁ ସାଙ୍ଗରେ ନେଇ ଜମି ଖୋଳିଛନ୍ତି ବିଜେପିର ଏହି ଫାୟାରବ୍ରାଣ୍ଡ ନୀତି ।
ବ୍ୟବସାୟୀ ପ୍ରଭାକରନ ଜମି ହଡପ କରିବା ସହ କେନାଲ ପାଣି ଅଟକାଇଥିବା ଅଭିଯୋଗ ରହିଛି । ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ଅଭିଯୋଗ ରହିଛି । ଚାଷ ହେଉନଥିବା ଅଭିଯୋଗ ଆଣିଛନ୍ତି ଗିରିଙ୍ଗାପୁଟ ଗାଁଲୋକ । ୨ବର୍ଷ ହେଲା ଅବରୋଧ କରାଯାଇଥିବା ଅଭିଯୋଗ ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଭୁବନେଶ୍ୱର ସାଂସଦ । ଏହାପରେ ଚାଷୀଙ୍କ ସହ ଅନ୍ୟାୟ ହୋଇଛି ବୋଲି ଅପରାଜିତା କହିଛନ୍ତି ।