ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୋଦିଙ୍କୁ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା କେଜ୍ରିୱାଲଙ୍କୁ ମହଙ୍ଗା ପଡିଲା । ମେ’ ୧୯ ତାରିଖରେ କେଜ୍ରିୱାଲଙ୍କ ଟ୍ୱିଟ ମାମଲାରେ ପାଟନା ସିଭିଲ କୋର୍ଟରୁ ସମନ । ମୋଦି କ୍ଷମତାକୁ ଆସିବା ପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । କେହି କେହି ଏହା ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସବୁ ମିଥ୍ୟା ।
ହେଲେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହି ଅଡୁଆରେ ପଡିଛନ୍ତି । ଚଳିତ ବର୍ଷ ମେ’ ୧୯ ତାରିଖରେ ଟ୍ୱିଟରରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଟାକ୍ଷପୂର୍ଣ୍ଣ ଟ୍ୱିଟ କରିଥିଲେ ।ଏନେଇ ତାଙ୍କ ନାମରେ ମାମଲା ଦାଏର ମଧ୍ୟ ହୋଇଥିଲା । ସୋମବାର ଏହି ମାମଲାର ପାଟନା ସିଭିଲ କୋର୍ଟର ଏମପି ଏମଏଲଏ କୋର୍ଟ କେଜ୍ରିୱାଲଙ୍କ ବିରୋଧରେ ସମନ ଜାରି କରାଯାଇଛି । ଏହାବ୍ୟତୀତ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୯ ରେ ଧାର୍ଯ୍ୟ ହୋଇଛି ।