ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ଏସିଆ କପରେ ଖେଳୁଥିବା ଟିମରୁ ସଞ୍ଜୁ ସାମସନ ଓ ତିଲକ ବର୍ମା ବାଦ ପଡ଼ିଥିବା ବେଳେ ଇଶାନ କିଷନ, ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ସିରାଜ ପ୍ରଥମ ଥର ଲାଗି ବିଶ୍ବକପ ଖେଳିବେ । ସେହିପରି ଦଳରେ ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲଙ୍କୁ ସାମିଲ କରାଯାଇଛି ।
ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । କେ ଏଲ ରାହୁଲ ଓ ଇଶାନ କିଷନ ଉଇକେଟ ରକ୍ଷକ ଦାୟିତ୍ବ ତୁଲାଇବେ । ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଅଲରାଉଣ୍ଡିଂ ଦକ୍ଷତା ଥିବା ବେଳେ ବୋଲିଂ ବାହିନୀରେ କୁଲଦୀପ ଯାଦବ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ ଯଶପ୍ରୀତ ବୁମରା । ଏସିଆ କପ୍ ଭଳି ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ ।