ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଆଉ କିଛି ଘଣ୍ଟା ମଧ୍ୟରେ ଏହା ନେଇପାରେ ଲଘୁଚାପର ରୂପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏହା ସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଅନୁମାନ କରାଯାଉଛି । ବିଶେଷ କରି ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେସବୁ ଜିଲ୍ଲାଗୁଡିକ ହେଲା କନ୍ଧମାଳ, ଦେବଗଡ଼ ଓ ରାୟଗଡ଼ା । ଏହି ୩ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଗତକାଲି ଅପରାହ୍ନ ରାଜ୍ୟରେ ବର୍ଷା ଓ ବଜ୍ରପାତ ଯୋଗୁଁ ୧୦ ଜଣ ମୃତ ଓ ୩ ଜଣ ଆହତ ହୋଇଛନ୍ତି । ତେଣୁ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।