ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୃତ୍ୟୁ ପରେ ବି ଅମର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ଆଖିରେ ଦୁନିଆ ଦେଖିବ ଆଉ କିଏ । ଦୁନିଆର ସୁନ୍ଦର ଦୃଶ୍ୟକୁ ଆଉ ଜଣେ ଉପଭୋଗ କରିପାରିବ । ସେ ସମସ୍ତଙ୍କ ପାଇଁ ଉଦାହରଣ । ମୃତ୍ୟୁ ପରେ ବି ସେ ଆଉ ଜଣକୁ ପ୍ରକୃତିକୁ ଉପଭୋଗ କରିବାକୁ ଦାନ କଲେ ତାଙ୍କ ଆଖି । ଗତକାଲି ତାଙ୍କର ଆଖି ଦାନ କରାଯାଇଛି । ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ବଞ୍ଚିଥିବା ବେଳେ ସୂର୍ଯ୍ୟ ପାତ୍ର ଚକ୍ଷୁ ଦାନ କରିବାକୁ କହିଥିଲେ । ମୃତ୍ୟୁ ପରେ ତାଙ୍କ ଝିଅଙ୍କ ଠାରୁ ଅନୁମତି ଆଣି ତାଙ୍କ ଚକ୍ଷୁ ବାହାର କରାଯାଇଛି । ବର୍ତ୍ତମାନ ଏହା ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି ।