ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କେନ୍ଦ୍ର ସରକାର ମଙ୍ଗଳବାର ଦିନ ଖଚଏ ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ତାହାକୁ ନେଇ ମିଶ୍ରିତ ପ୍ରକ୍ରିୟା ପ୍ରକାଶ ପାଇଛି । ଯଦିଓ ସାଧାରଣ ଖାଉଟି ଦର କମିବା ନେଇ ଖୁସି ଅଛନ୍ତି ତଥାପି ବିରୋଧୀଙ୍କ ମତ ଯେ ସିଲିଣ୍ଡର ଦର ଆହୁରି କମିବାର ଥିଲା । ଅନ୍ୟ ପକ୍ଷେ ସାଧାରଣ ଖାଉଟି ପେଟ୍ରୋଲ ଓ ଡିଜେଲ ଦର କେନ୍ଦ୍ର ସରକାର କମାଇବା ନେଇ ଦାବି ରଖିଥିଲେ ।
ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ଅଛି ବୋଲି ସିଟି ଗ୍ରୁପ କହିଛି । ସେପଟେ କେନ୍ଦ୍ର ପେର୍ଟୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ କହିଛନ୍ତି , ପେଟ୍ରୋଲ ଓ ଡିଜେଲ ଦର କମିବ । ସେଥିପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ତେଲ ଦର କମାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ ।