ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କଲେ । ଏହି କମିଟିର ଅଧ୍ୟକ୍ଷ ରହିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାରଙ୍କୁ ଏହି କମିଟି ସମସ୍ତ ରିପୋର୍ଟ ଦେବ । ସରକାର ଯେଉଁ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ସେହି ସମୟରେ ଏକକ ନିର୍ବାଚନ ପାଇଁ ଆସିପାରେ ବିଲ । ଚଳିତ ମାସ ୧୮ ରୁ ୨୨ସେପ୍ଟେମ୍ବର ଯାଏଁ ଏହି ଅଧିବେଶନ ଚାଲିବ । ଅଧିବେଶନରେ ୫ଟି ବୈଠକ ବସିବ । ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିତର୍କ ବହୁ ଦିନରୁ ହୋଇ ଆସୁଛି । ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ ୬ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ହେଲେ କେନ୍ଦ୍ର ସରକାର ଏହା ସପକ୍ଷରେ ଅଛନ୍ତି ।