ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବିହାର ରାଜନେତାଙ୍କୁ ଆଜୀବନ ଜେଲ । ଡବଲ ମର୍ଡର ମାମଲାରେ ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ସାଂସଦଙ୍କୁ ଜେଲ ସଜ୍ଜା ଶୁଣାଇଲେ ସୁପ୍ରିମକୋର୍ଟ । ୧୯୯୫ ମସିହା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୨ରେ ପାଟନା ହାଇକୋର୍ଟ ଆରଜେଡି ନେତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ୩ ଜଣିଆ ଖଣ୍ଡପୀଠ ଉଚ୍ଚ ଅଦାଲତଙ୍କ ଏହି ଆଦେଶକୁ ଖାରଜ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୫ ମସିହା ବିଧାନସଭା ନିର୍ବାଚନ ସମୟରେ ଏହି ହତ୍ୟାକାଣ୍ଡ ହୋଇଥିଲା । ପ୍ରଭୁନାଥଙ୍କ କଥାରେ ଭୋଟ ନ ଦେବାରୁ ରାଜେନ୍ଦ୍ର ରାୟ ଓ ଦରୋଗା ରାୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ପାଟନା ହାଇକୋର୍ଟ ପୂର୍ବତନ ସାଂସଦଙ୍କୁ ଦୋଷମୁକ୍ତ କରିଥିଲେ । ହେଲେ ସୁପ୍ରିମକୋର୍ଟ ଏବେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।