ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚନ୍ଦ୍ରରେ କିଛି ହଲଚଲ ବିକ୍ରମ ରେକର୍ଡ କରିଛି । ଚନ୍ଦ୍ରର ସାଉଥ ପୋଲରେ ଗୋଟେ ପରେ ଗୋଟେ ନୂଆ ସନ୍ଧାନ କରୁଛି ଲ୍ୟାଣ୍ଡର ବିକ୍ରମ । ଏହାରି ଭିତରେ ଚାନ୍ଦରେ ପ୍ରାକୃତିକ କମ୍ପନ ବା ହଲଚଲର ଗତିବିଧି ରେକର୍ଡ କରିଛି । ଏବେ ଇସ୍ରୋ ତା’ର ଗତିବିଧି ଯାଞ୍ଚ କରୁଛି ।
ବିକ୍ରମରେ ଏଭଳି ଉପକରଣ ବ୍ୟବହାର ହୋଇଛି, ଯାହା ମୁନ ସାଉଥ ପୋଲରେ ହେଉଥିବା କମ୍ପନ ହେଉ କି ଗତିବିଧି ରେକର୍ଡ କରିବାରେ ସକ୍ଷମ । ୨୬ ଅଗଷ୍ଟରେ ଓଖଝଇ ଉପକରଣ ଏହି ହଲଚଲ ରେକର୍ଡ କରିଛି ହେଲେ ଏହା ସ୍ୱଭାବିକ ମନେ ହେଉଛି । ତେବେ ଏହି ଗତିବିଧି କି ପ୍ରକାରର ଇସ୍ରୋ ତା’ର ଯାଞ୍ଚ ଚଳାଇଛି । ଖାଲି ଏହା ନୁହେଁ ପୂର୍ବରୁ ବି ମୁନ ସାଉଥ ପୋଲରେ ପ୍ଲାଜମା ପାର୍ଟିକିଲ୍ସର ମଧ୍ୟ ଯାଞ୍ଚ ନେଇ ତଥ୍ୟ ମିଳିଥିଲା ।