ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ଆଜି ମହାମେଣ୍ଟର ତୃତୀୟ ବୈଠକ । ଆଜି ସନ୍ଧ୍ୟା ସାଢେ ୬ଟାରୁ ୮ଟା ଯାଏଁ ବୈଠକ ବସିବ । ରାତି ୮ଟାରେ ଶିବସେନା ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେ ଏକ ରାତ୍ରି ଭୋଜନର ଆୟୋଜନ କରିବେ । ବୈଠକରେ ବିରୋଧୀ ମେଣ୍ଟ ପକ୍ଷରୁ କିଏ ହେବେ ପ୍ରଧାନମନ୍ତ୍ରୀ ଚେହେରା, ମହାମେଣ୍ଟର ନୂଆ ଲୋଗୋ ଓ ପତାକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ । ଆସନ୍ତାକାଲି ଦିନ ୧୦ଟାରୁ ୨ଟା ଯାଏଁ ବୈଠକ ଚାଲିବ । ଅପରାହ୍ନ ସାଢେ ୩ଟା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ । ଅନ୍ୟପଟେ ମେଣ୍ଟ ଦଳର ନେତା ମୁମ୍ବାଇରେ ପହଞ୍ଚୁଥିବା ନେଇ ସହର ସାରା ନେତା ମାନଙ୍କ ପୋଷ୍ଟର ଲଗାଯାଇଛି ।