ସନଷ୍ଟାର ଟିଭି ବ୍ୟୁରୋ
ଜେଲ ଅନ୍ତେବାସୀଙ୍କ ଗୋଡରେ ଲାଗିବ ଜିପିଏସ । ଜେଲ ଡିିଜିଙ୍କ ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର କମିଟି ପ୍ରଶଂସା କରିଛନ୍ତି । ୭ ବର୍ଷରୁ କମ ସଜା ଥିବା ଅଭିଯୁକ୍ତଙ୍କ ଗୋଡରେ ଜିପିଏସ ଟ୍ରାକର ଲାଗିବ । ସାରା ଦେଶରେ ଓଡିଶା ପ୍ରଥମ ରାଜ୍ୟ ହେବ । ଟ୍ୟାମ୍ପର କଲେ ବାଜିବ ଆଲାର୍ମ । 5T ଅଧୀନକୁ ଜେଲ ଆସିବା ପରେ ସୁଧୁରୁଛି ଜେଲ ବ୍ୟବସ୍ଥା । କ୍ଷମତା ଠାରୁ ଅଧିକ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆପଣାଯାଇଛି ଏଭଳି ଏକ ଅଭିନବ ପଦକ୍ଷେପ । ଜେଲ ଡିଜି ମନୋଜ ଛାବ୍ରା ସୂଚନା ଦେଇଛନ୍ତି ଯେ, କାଳକୋଠରୀ ନୁହେଁ ବରଂ ସୁଧାର ଗୃହ ଭାବେ କାମ କରିବା ପ୍ରୟାସ ଆରମ୍ଭ ହୋଇଛି ।