ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ମୁମ୍ବାଇରେ ଆରମ୍ଭ ହେବ । ଗୁରୁବାର ସନ୍ଧ୍ୟାରେ ପ୍ରଥମେ ଇଣ୍ଡିଆ ମେଣ୍ଟର ସଦସ୍ୟ ମାନେ ଅନୌପଚାରିକ ବୈଠକ କରିବେ । ଏହା ପରେ ଔପଚାରିକ ବୈଠକ ସେପ୍ଟେମ୍ବର ୧ ତାରିଖରେ ହେବ । ୨୮ଟି ରାଜନୈତିକ ଦଳର ମୋଟ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟରେ ଯୋଗଦେପେ ବୋଲି , ଏନସିପି ନେତା ଶରଦ ପାୱାର କହିଛନ୍ତି ।
ଏହି ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ କରାଯିବାର ଯୋଜନା ରହିଛି । ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ ଆଜିର ବୈଠକରେ କାର୍ଯ୍ୟସୂଚୀ ପ୍ରସ୍ତୁତି ହେବ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି । ହେଲେ ବୈଠକ ପୁର୍ବରୁ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର । ମେଣ୍ଟର ବିଭିନ୍ନ ଦଳ ଗୁଡିକ ନିଜ ନିଜ ଦଳର ନେତାଙ୍କ ପାଇଁ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ହୋର୍ଡିଂ ଲାଗିଛି ।
ଏଥି ମଧ୍ୟରେ କଂଗ୍ରେସ ଦ୍ୱାରା ଏକ ଇନଷ୍ଟାଗ୍ରାମ ପୋଷ୍ଟ କରାଯାଇଛି । ସେଥିରେ ଦର୍ଶାଯାଇଛି, ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ରାହୁଲ ଗାନ୍ଧୀ । ଯେଉଁ କାରଣରୁ ଉଦ୍ଧବ ଠାକରେଙ୍କ ଶିବ ସେନା ଦଳ ଅସନ୍ତୋଷ ପ୍ରକାଶ କରିବା ସହ ପୋଷ୍ଟ ଡିଲିଟ ନ କଲେ ମୁମ୍ବାଇରେ ଲାଗିଥିବା ଏହି ପୋଷ୍ଟର ଚିରି ଦିଆଯିବ ବୋଲି ଧମକ ଦେଇଛନ୍ତି ।