ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏବେ ଠାରୁ ଚିନ୍ତାରେ ପଡିବେ ଅପରାଧୀ । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ‘ସହଭାଗିତା’ ଆରମ୍ଭ ହେବ । ସାରା ଭୁବନେଶ୍ୱର ଏବେ ସିସିଟିଭି ସର୍ଭେଲାନ୍ସରେ ରହିବ । କମିଶନରେଟ ପୋଲିସ ଆପଣେଇଛି ଏପରି ନୂଆ ରଣନୀତି ।
ରାଜଧାନୀରେ ଥିବା ବଡ ବଡ ଦୋକାନ ଯେମିତି କି ସୁନା ଦୋକାନ, ସପିଂ ମଲ ଆଦି ଏଥିରେ ଯୋଡି ହେବେ । କମିଶନରେଟ ପୋଲିସ ସହ ସିସିଟିଭି ଫୁଟେଜ ସେୟାର କରିବେ । ଫଳରେ ଏହା ଅପରାଧୀ ଚିହ୍ନଟ ଓ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ । ଦୋକାନୀ ମାନଙ୍କୁ ଅନୁରୋଧ କରାଯାଇଛି ଯେ, ଦୋକାନର ଗୋଟିଏ ସିସିଟିଭି ରାସ୍ତା ଆଡକୁ ରଖନ୍ତୁ । ସେହି ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରାଯିବ । ଏହା ଦ୍ୱାରା ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ହେଲେ ତଥ୍ୟ ଗୁଡିକ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି, ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ କରିଛନ୍ତି ।