ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟ ବୈଠକ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା । ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଆମ ଆଦମୀ ପାର୍ଟି ତରଫରୁ ଆସିଲା ଡିମାଣ୍ଡ । ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେଜ୍ରିୱାଲ ହୁଅନ୍ତୁ ।
ପ୍ରିୟଙ୍କା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ବିଷୟରେ ପଚରାଯାଏ, ତେବେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ବାଛିବି । ଦିଲ୍ଲୀରେ ସେ ବହୁ ଉନ୍ନତି କରିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତି ସୁଦୃଢ ହେବ ।
ପ୍ରିୟଙ୍କା କହିଛନ୍ତି, ଅରବିନ୍ଦ ଦିଲ୍ଲୀରେ ପାଣି ଠାରୁ ଆରମ୍ଭ କରି ବିଜୁଳି ପର୍ଯ୍ୟନ୍ତ ମାଗଣାରେ ଦେଉଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା ଭ୍ରମଣ , ମହିଳାଙ୍କ ପାଇଁ ମାଗଣା ବସ ଆଦି ସୁବିଧା କଲା ପରେ ବି ଅତିରିକ୍ତ ବଜେଟ ଉପସ୍ଥାପିତ କରୁଛନ୍ତି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅର୍ଥନୈତିକ ଦୃଷ୍ଠିକୋଣ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।
କକ୍କର ଏହା ମଧ୍ୟ କହିଛନ୍ତ ଯେ, ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଛନ୍ତି । ନରେନ୍ଦ୍ରଙ୍କ ଡିଗ୍ରୀ ପ୍ରସଙ୍ଗରେ ହେଉ ବା ଯେ କୌଣସି ପ୍ରସଙ୍ଗ , ସମସ୍ତ କ୍ଷେତ୍ରରେ ତୀକ୍ଷ୍ଣ ନିଶାନା କରୁଛନ୍ତି କେଜ୍ରିୱାଲ । ତେଣୁ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖାଯାଇପାରିବ ବୋଲି ସ୍ପଷ୍ଟ କହିଛନ୍ତି କକ୍କର ।