ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏଲପିଜି ଗ୍ୟାସ ଦର କମିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାକ୍ଷୀ ଅବସରରେ ଓଡିଶାର ମା’ ମାନଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଉପହାର ଦେଇଛନ୍ତି । ଏବେ ବର୍ଷକୁ ୧୨ଟି ସିଲିଣ୍ଡର କମ ଦରରେ ମିଳିବ । ଭାରତରେ ୭୫ଲକ୍ଷ ନୂଆ ଉଜ୍ଜ୍ୱଳା ସଂଯୋଗ ଦିଆଯିବ । ୨୦୧୪ରେ ଓଡିଶାରେ ୧କୋଟି ଘରୁ ୨୨ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିବାବେଳେ ଉଜ୍ଜ୍ୱଳା ଯୋଜନା ଲାଗୁ ହେବା ପରେ ୫୩ଲକ୍ଷ ହିତାଧିକାରୀ ବୃଦ୍ଧି ପାଇଛନ୍ତି । ଏବେ ସୁଦ୍ଦା ମୋଟ ୯୬ଲକ୍ଷ ଘରେ ଗ୍ୟାସ ପହଞ୍ଚିପାରିଛି । ଆଉ ୫ଲକ୍ଷ ଗ୍ୟାସ ସଂଯୋଗ ଓଡିଶାରେ ଲାଗିବ । ଏବେ ୧କୋଟି ଘରେ ଗ୍ୟାସ ପହଞ୍ଚିଛି ।
୨୦୧୪ରେ ଓଡିଶାର ୧୪ଲକ୍ଷ ଭଉଣୀ ମାନଙ୍କୁ କମ ସୁଧରେ ୩୮୬,୩୭ କୋଟିର ଋଣ ମିଳିଥିଲା । ଯାହାର ବଡ ସୁଧ ଦେଇଥିଲେ ଭାରତ ସରକାର । ଆଜି ସେ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୪ଲକ୍ଷରୁ ୪୦ଲକ୍ଷ ହେଲାଣି । ଏବେ ଓଡିଶାର ମହିଳା ମାନଙ୍କୁ ୨୫ହଜାର କୋଟି ସୁଧ ଦେଉଛନ୍ତି କେନ୍ଦ୍ର ସରକାର ।