ସନଷ୍ଟାର ଟିଭି ବ୍ୟୁରୋ
କୋଲକତା : ଚଳିତ ବର୍ଷ ଡିସେମ୍ବରରେ ଲୋକସଭା ନିର୍ବାଚନ ହେବ । ଏପରି ଆକଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗେସ ସୁପ୍ରିମୋ ମମତା ବାନାର୍ଜୀ । ଆଗାମୀ ନିର୍ବାଚନକୁ ଆଖିରେ ରଖି ମମତା ବାନାର୍ଜୀ କହିଛନ୍ତି , ୨୦୨୪ ସାଧାରଣ ନିର୍ବାଚନ ଡିସେମ୍ବରରେ ହେବ । ଯଦିଓ ତାରିଖ ସ୍ଥିର ହୋଇନାହିଁ , ତଥାପି ବିଜେପି ତା’ର ଦଳ ପ୍ରଚାର ପ୍ର୍ସ୍ତୁତି ଆଗୁଆ କରିସାରିଛି । ବିଜେପି ଲୋକସଭା ନିର୍ବାଚନ ଡିସେମ୍ବରରେ କରିବ । ଏଣୁ ପ୍ରଚାର ପାଇଁ ହେଲିକପ୍ଟର ଗୁଡିକ ବୁକ କରିସାରିଛି । ଯାହା ଦ୍ୱାରା ଅନ୍ୟ ରାଜନୈତିକ ଦଳ ଗୁଡିକୁ ପ୍ରଚାର କାର୍ଯ୍ୟ ପାଇଁ ହେଲିକପ୍ଟର ସୁବିଧା ମିଳିବ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , “ଆମେ ବେଙ୍ଗଲରେ ସିପିଏମ ଶାସନର ଅନ୍ତ ଘଟାଇଥିଲୁ , ଏବେ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବୁ । ଏହାଛଡା ରାଜ୍ୟପାଳ ସିଭି ଆନନ୍ଦଙ୍କୁ ଟାର୍ଗେଟ କରି ମମତା କହିଛନ୍ତି, ନିର୍ବାଚିତ ସରକାରଙ୍କ ସହ ରାଜ୍ୟପାଳ ପଙ୍ଗା ନେବା ଉଚିତ ନୁହେଁ । ସେ ସାମ୍ବିଧାନିକ ନିୟମର ଉଲ୍ଲଘଂନ କରିଛନ୍ତି । ମୁଁ ଏହି ପଦକୁ ସମ୍ମାନ ଦେଉଛି ହେଲେ ତାଙ୍କର ସାମ୍ବିଧାନିକ ଗତିବିଧିକୁ ଆଦୌ ସମର୍ଥନ କରିପାରିବି ନାହିଁ ।