ସନଷ୍ଟାର ଟିଭି ବ୍ୟୁରୋ
ବାଣୀବିହାର : ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ଅନ୍ତର୍ଗତ ଗୋପବନ୍ଧୁ ଛାତ୍ରାବାସର ୩୬ତମ ବାର୍ଷିକ ଉତ୍ସବ ଛାତ୍ରାବାସ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ମୁଖ୍ୟ ତତ୍ତ୍ୱାବଧାରକ ଛାତ୍ରାବାସ ସମୂହ ପ୍ରଫେସର୍ ପ୍ରବୋଧ କୁମାର ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଂଶିକ ବର୍ଷା ସତ୍ତ୍ଵେ ଖୁବ୍ ଧୁମ୍ ଧାମ ରେ ଏହି ଉତ୍ସବ ପାଳନ କରାଯାଇଥିଲା। ଛାତ୍ରାବାସ ର ଅନ୍ତେବାସୀ, ଏହାର ପୁରାତନ ଅନ୍ତେବାସୀ ମାନେ ମଧ୍ଯ ଯୋଗଦେଇ ଖୁବ୍ ଆନନ୍ଦ ଉଠେଇଥିଲେ।
ପ୍ରକାଶଥାଉ କି ଦୀର୍ଘ ୨୦ ବର୍ଷ ପରେ ଛାତ୍ରାବାସର ମୁଖପତ୍ର ‘ବାଣୀ ବୀଥିକା’ ପ୍ରକାଶ ପାଇଥିଲା। ଏଥି ନିମନ୍ତେ ଅନ୍ତେବାସୀଙ୍କ ହୃଦୟରେ ଏକ ଭିନ୍ନ ଆନନ୍ଦ ଖେଳିଯାଇଥିଲା। ଛାତ୍ରାବାସର ଅଧୀକ୍ଷକ ଆଶିଷ ଚନ୍ଦ୍ର ପାଠୀ, ସହ ଅଧୀକ୍ଷକ ଅଟଳ ବିହାରୀ ଦାଶ, ସହ ଅଧୀକ୍ଷକ ପୁଲସ୍ତ୍ୟ ଜାନୀ ଓ ଅନ୍ତେବାସୀମାନେ ଖୁବ୍ ଶୃଙ୍ଖାଳିତ ଭାବେ ଏହି ଏହି ଉତ୍ସବର ପରିଚାଳନା କରିଥିଲେ। ଏହି ମୁଖପତ୍ର ର ୩୬ତମ ପ୍ରକାଶନୀ ରେ ଛାତ୍ରାବାସର ଅନ୍ତେବାସୀ ତଥା ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତି, ସମ୍ପାଦକ ଓ ଜ୍ଞାନରଞ୍ଜନ ଦାସ, ସହ ସମ୍ପାଦକ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ଛାତ୍ରାବାସରୁ ନିକଟରେ ଅବସର ଗ୍ରହଣ କରିଥିବା କେୟାର ଟେକର ଶ୍ରୀଯୁକ୍ତ ବେଣୁଧର ସ୍ୱାଇଁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକର ଖୁବ୍ ଆନନ୍ଦ ଉଠେଇଥିଲେ ସଭିଁଏ।