ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସୌମ୍ୟ ପଟ୍ଟନାୟକଙ୍କ ଲେଖାକୁ ନେଇ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୋସିଆଲ ମିଡିଆରେ ରଖିଛନ୍ତି ପ୍ରତିକ୍ରିୟା । ଏହା ସୌମ୍ୟଙ୍କର ହତାଶ ଓ ନୈରାଶ୍ୟର ଭାବ । ଏଥିସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କେଉଁ ସଭାରେ କହିଥିଲେ 5-T ସଚିବ, ତାର ପ୍ରମାଣ ୧୨ ଘଣ୍ଟା ମଧ୍ୟରେ ନିଜର ଚ୍ୟାନେଲ କିମ୍ବା ନ୍ୟୁଜପେପରରେ ରଖିବାକୁ ଚ୍ୟାଲଞ୍ଜ ଦେଇଛନ୍ତି ଅନୁଭବ । ଯଦି ଏହା ପ୍ରମାଣ ଦେଇଦେବେ ତେବେ ମୁଁ ରାଜନୀତି ଛାଡିଦେବି, ଯଦି ସୌମ୍ୟ ପଟ୍ଟନାୟକ ପ୍ରମାଣ ଦେଇନପାରନ୍ତି, ତେବେ ଓଡିଶାର ଲୋକେ ତାଙ୍କୁ ମିଛୁଆ ବୋଲି ଜାଣିବେ।
ସେହିପରି ସେ କହିଛନ୍ତି 5T ସଚିବ ନିଜ ପରିବାରକୁ ଭେଟିବାକୁ ଓଡ଼ିଶା ବୁଲୁ ନାହାନ୍ତି । ସେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗପତ୍ର ନେଉଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅନେକ ଠକେଇ ଅଭିଯୋଗ ରହିଛି, ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରିବା ଅତ୍ୟକ୍ତ ଲଜ୍ୟାଜନକ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।