ସନଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁର : ବିଦେଶ ଗସ୍ତ ପରେ ଇସ୍ରୋରେ ପହଞ୍ଚି ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ମୋଦି । ଚନ୍ଦ୍ରଯାନ-୩ ଅବତରଣ ହୋଇଥିବା ସ୍ଥାନକୁ ‘ଶିବଶକ୍ତି’ ବୋଲି ନାମକରଣ କରିଛନ୍ତି । ଆଜି ସକାଳେ ବେଙ୍ଗାଲୁର ସ୍ଥିତ ଇସ୍ରୋର ମୁଖ୍ୟାଳୟ ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ମିଶନ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ଅବତରଣ କରିଛି । । ଉକ୍ତ ସ୍ଥାନର ନାମକରଣ କରିବା ସହ ଯେଉଁ ଠାରେ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ତ୍ରିରଙ୍ଗା ନାମ ରଖିଛନ୍ତି । ଏହା ଛଡା ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ବୋଲି ଘୋଷଣା କରିଛନ୍ତି ।