ସନଷ୍ଟାର ଟିଭି ବ୍ୟୁରୋ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଝିଣ୍ଟିଶାସନ ଗ୍ରାମ ପଞ୍ଚୟତର ଝିଣ୍ଟିଶାସନ ଗ୍ରାମରେ ସୋଆ ବିଶ୍ଵବିଦ୍ୟାଳାୟର ଅଧିନସ୍ତ କୃଷି ମହାବିଦ୍ୟାଳାୟର ଶେଷବର୍ଷର ସ୍ନାତକ ଛାତ୍ର ମାନଙ୍କ ସଂଯୋଜନାରେ ଚାଷୀ ଭାଇ ଭଉଣୀଙ୍କ ହିତରେ ପ୍ରଥମ ପର୍ଯ୍ୟାଳୟରେ ୨ ଦିନ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ କୃଷୀ ଛାତ୍ର ଗଣ “ପାଳଛତୁଚାଷ” ବିସୟରେ ସରଳ ଓ ପ୍ରାଞ୍ଜଳ ଭାଷା ରେ ଚାଷୀ ଭାଇ ଭଉଣୀ କୁ ବୁଝାଇ କହିଥିଲେ । ୨ୟ ଦିନ ରେ ଆଜୋଲା ଚାଷ ଓ ଜୀବାମୃତ ପ୍ରସ୍ତୁତି ବିସୟରେ ଆଲୋଚନା ହୋଇଥିଲା। ଉଭୟ ଦିନ ରେ ୫୦ ରୁ ଉର୍ଦ୍ଧ ଚାଷୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଗ୍ରାମର ସଫଳ ଚାଷୀ ଶ୍ରୀ ବ୍ରଜ ସ୍ୱାଇଁ ଏବଂ ଶ୍ରୀ କାଳିନ୍ଦୀ ଚରଣ ସାହୁ ଆଦି ପ୍ରଶ୍ନ ଏବଂ ଉତ୍ତର ସମୟରେ ଅନ୍ୟ ଚାଷୀ ଭାଇ ମାନଙ୍କୁ ଛତୁଚାଷ, ଆଜୋଲା ଚାଷ ଓ ଜୀବାମୃତର ଉପକରଣ ଗୁଡିକୁ ଜଣାଇଥିଲେ ଓ ନିଜ ଘରେ କରିବା ପାଇଁ ଉତ୍ସାହିତ କରାଇଥିଲେ।

ପ୍ରକାଶଥାଉ କି ଏହି ପ୍ରଶିକ୍ଷଣ ଶିବିର ରେ ସୋଆ ବିଶ୍ଵବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୋନ୍ତୋଷ କୁମାର ରାଉତ , ମହାବିଦ୍ୟାଳୟର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଏବଂ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସୋଭାପତି ଡଃ ଅଂଶୁମାନ ଜେନା ପ୍ରମୁଖ ଉପସ୍ତିତ ଥିଲେ । ଶିବିରର ଶେଷର କୃଷି ମହାବିଦ୍ୟାଳୟ କ୍ଷେତ୍ରବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡଃ କୁମାର ସମ୍ଭବ ଗିରି ଓ କୃଷି ସଂପ୍ରସାରଣ ବିଭାଗର ସହକାରୀ ପ୍ରଧ୍ୟାପକ ଡଃ ପ୍ରଣୟ ରାୟ ଚାଷୀ ଭାଇ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।