ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଲବ ପଞ୍ଚାୟତରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ୮୩ଟି ଆଦିବାସୀ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ | ରବୀନ ହୂଡ଼ ଆର୍ମି , ଭୁବନେଶ୍ୱରର ସହଯୋଗରେ ଓଲବ ପଞ୍ଚାୟତର ଭଅଁରପାଳ ଗ୍ରାମର ୧୦ଟି,ସିମିଳିବୋଲ ଗ୍ରାମର ୨୩ଟି,ବୋରଷ ଗ୍ରାମର ୧୫ଟି,ଅଭିମାନପୁର ଗ୍ରାମର ୩୫ଟି ଏବଂ ଗୋଡ଼ିବନ୍ଧ ଗ୍ରାମର ୧ଟି ପରିବାରକୁ ଚାଉଳ, ଚୂଡ଼ା, ଡାଲି, ସୋୟାବିନ ଏବଂ ବିସ୍କୁଟ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ସେମାନଙ୍କ ମୌଳିକ ଆବଶ୍ୟକତା ଯଥା ସ୍ବାସ୍ଥ୍ୟ , ଶିକ୍ଷା ଓ ବିଭିନ୍ନ ପ୍ରକାର ଅସୁବିଧା କୁ ପ୍ରତ୍ୟକ୍ଷ ଭାବରେ ଟିକି ନିଖି ବୁଝିବା ସହ ସେମାନଙ୍କୁ ଯଥାସମ୍ଭବ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ଶିଶୁଙ୍କୁ ବିଦ୍ୟାଳୟ ଅଭିମୁଖି ହେବା ସହ ଶିକ୍ଷାର ଗୁରୁତ୍ୱ ବିଷୟରେ ଏବଂ ମହିଳା ମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ଓ ସେଥିରୁ ନିଜେ ସ୍ବାବଲମ୍ବୀ ହେବାର ଉପାୟ ଦିଆଯାଇଛି