ସନଷ୍ଟାର ଟିଭି ବ୍ୟୁରୋ
କଟକ : ସୁଗମ ହେଲା ବାବା ଧବଳେଶ୍ୱରଙ୍କ ଦର୍ଶନ । ପୂଜାର୍ଚ୍ଚନା ପରେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ ।
ହେଲେ ମହାନଦୀର ଜଳସ୍ତର ବୃଦ୍ଧି ସହ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ଧବଳେଶ୍ୱର ପୀଠକୁ ଯାତାୟତ ବନ୍ଦ ରହିଥିଲା । ଏବେ କଂକ୍ରିଟ୍ ସେତୁ ଦେଇ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ । ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ ରୋଡ୍ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣ କରାଯାଇଛି । ଆସନ୍ତା ୧୦ ତାରିଖ ଶ୍ରାବଣର ପ୍ରଥମ ସୋମବାର ପଡୁଛି । ଫଳରେ କାଉଡିଆମାନେ ଏହି କଂକ୍ରିଟ୍ ସେତୁରେ ବିନା ସମସ୍ୟାରେ ଧବଳେଶ୍ୱରଙ୍କ ପୀଠକୁ ଯାଇପାରିବେ ।