ସନଷ୍ଟାର ଟିଭି ବ୍ୟୁରୋ
-
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର “ହେଲ୍ପ ଡେସ୍କ”
-
୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି
ଭୁବନେଶ୍ୱର : ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ ବିଭାଗ ଥିବା ବେଳେ ନିଜ ସେଣ୍ଟର ଖୋଜି ପରୀକ୍ଷା ଦେବାକୁ ଯିବା ପାଇଁ ପରୀକ୍ଷାର୍ଥୀଙ୍କ ପାଇଁ ଅତି କଷ୍ଟକର ହୋଇଯାଏ | ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ହେଲ୍ପ ଡେସ୍କ ର ଶୁଭାରମ୍ଭ କରାଯାଇଛି | ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ବିଶ୍ୱବିଦ୍ୟାଳୟ ପରିସରରେ ରହି ପରୀକ୍ଷା ଦେବାକୁ ଆସୁଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେବେ ସେନେଇ ଆଗେଇ ଆସିଛନ୍ତି | ଆହୁରି ମଧ୍ୟ ଶାରୀରିକ ଅକ୍ଷମତା ପରୀକ୍ଷାର୍ଥୀଙ୍କୁ ସେଣ୍ଟରରେ ନେଇ ଛାଡି ଦେବା ଠାରୁ ଆରମ୍ଭ କରି ଆଡମିଟ କାର୍ଡ ଡାଉନଲୋଡ କରିଦେବା ପର୍ଯ୍ୟନ୍ତ ସବୁ କାମରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବିଜୁ ଛାତ୍ର ଜନତା ଦଳ | ପୁଣି ପ୍ରବେଶିକା ପରୀକ୍ଷା ପରେ ମଧ୍ୟ ନାମଲେଖା ଠାରୁ ଆରମ୍ଭ କରି ହଷ୍ଟେଲ ଆଡ଼ମିସନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରାଯିବ ବୋଲି ମଧ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ମତ ରଖିଛନ୍ତି |
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ଅରୂପ ଶ୍ରୀଚନ୍ଦନ,ରାଜ୍ୟ ସମ୍ପାଦକ ଶ୍ରୀ ରଶ୍ମି ରଞ୍ଜନ ପରିଡା,ରାଜ୍ୟ ସାଧାରଣ ସମ୍ପାଦିକା ସିମ୍ରନ ସିଂ ରାଜପୁତ ନେତୃତ୍ୱ ନେଉଥିବା ବେଳେ ବରିଷ୍ଠ ଛାତ୍ର ନେତା ସନ୍ତୋଷ କୁମାର ମାଝୀ, ଛାତ୍ରନେତା ସଚ୍ଚିକାନ୍ତ ସାହୁ , ରୁଦ୍ରନାରାୟଣ ପଟ୍ଟନାୟକ , ହିତେଶ କୁମାର ମଲ୍ଲିକ, ଓଁକାର ନନ୍ଦ, ସୁମିତ , ରାଜେନ୍ଦ୍ର ଙ୍କ ସମେତ ଶତାଧିକ ସଂଖ୍ୟାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଯୋଗଦେଇ ପରୀକ୍ଷାର୍ଥୀ ମାନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି |